ଘଟଣା ଓ ଦୁର୍ଘଟଣା

ସୁଜୁକି ସୋ’ରୁମ୍‌ରେ ନିଆଁ

By Sanjeeb Biswal

December 28, 2020

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲାସ୍ଥିତ ସୁଜୁକି ସୋ’ରୁମ୍‌ରେ ରବିବାର ରାତିରେ ଅଗ୍ନିକାଣ୍ତ ଘଟିଛି। ସଟ୍‌ସର୍କିଟ୍‌ ଯୋଗୁଁ ସୋ’ରୁମ୍‌ର ଵାର୍କସପ୍‌ର ଏଣ୍ଟ୍ରି ପଏଣ୍ଟରେ ନିଆଁ ଲାଗିଯାାଇଥିଲା। କିଛି ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ରାତି ପ୍ରାୟ ୧୦ଟା ବେଳେ ଏହି ଅଗ୍ନିକାଣ୍ତ ଘଟିଥିଲା। ଵାର୍କସପ୍‌ର ଏଣ୍ଟ୍ରି ପଏଣ୍ଟରେ ଥିବା ଟେବୁଲ୍‌ ଓ କମ୍ପ୍ୟୁଟର ସେଟ୍‌ ଜଳିଯାଇଥିଲା। ପାଖରେ ଥିାବ ସୋ’ରୁମ୍‌ କେସ୍‌ ମଧୢ ଜଳିଯାଇଛି।