ଅନୁଗୋଳ: ଅନୁଗୋଳ ଡି.ଏ.ଭି. ପବ୍ଲିକ୍ ସ୍କୁଲ୍, ଗାନ୍ଧି ମାର୍ଗ ପରିସରରେ ଆଜି ଏକ ଫାୟାର ସେଫ୍ଟି ଓ ଇଭାକ୍ୟୁଏସନ୍ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଛି। ଆକସ୍ମିକ ଅଗ୍ନିକାଣ୍ଡ ଜରୁରୀ ପରିସ୍ଥିତିରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ଏବଂ ଶୃଙ୍ଖଳିତ ଭାବେ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଅନୁଗୋଳ ଅଗ୍ନିଶମ ବିଭାଗର ମୁଖ୍ୟ ରମେଶ ଚନ୍ଦ୍ର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ କର୍ମଚାରୀମାନେ ବିପଦ ସମୟରେ କିପରି ଶାନ୍ତ ରହିବେ ଏବଂ ନିରାପଦ ପଥ ଦେଇ ବାହାରିବେ, ସେନେଇ ପ୍ରାୟୋଗିକ ପ୍ରଶିକ୍ଷଣ ଦେଇଥିଲେ। ଏଥିସହ ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବହାର, ସତର୍କତା ଏବଂ ଆପତ୍କାଳୀନ ନିର୍ଗମ ପଥ ସମ୍ପର୍କରେ ପିଲାମାନଙ୍କୁ ବିସ୍ତୃତ ଭାବେ ବୁଝାଇ ଦିଆଯାଇଥିଲା।
ଏହି ମକ୍ ଡ୍ରିଲ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଗ୍ନି ନିରାପତ୍ତା ସଚେତନତା ଓ ଆପତକାଳୀନ ପ୍ରସ୍ତୁତି ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଛି।