ମୁଖ୍ୟ ଖବର

ଅନୁଗୁଳରେ ଆରମ୍ଭ ହେଲା ପ୍ରଥମ ଶିଶୁ ବନ୍ଧୁତ୍ୱପୂର୍ଣ୍ଣ ପୋଲିସ ଥାନା, ଆଭାଷୀରେ ଉଦଘାଟନ କଲେ ଗୃହ ମନ୍ତ୍ରୀ

By Angul TV Bureau

October 31, 2022

ଅନୁଗୁଳ: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନାଲକୋ ପୋଲିସ ଷ୍ଟେସନରେ ଆଜି ଜିଲ୍ଲାର ପ୍ରଥମ ଶିଶୁ ବନ୍ଧୁତ୍ୱପୂର୍ଣ୍ଣ ପୋଲିସ ଥାନା ଉଦଘାଟିତ ହୋଇଛି। ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଉଦଘାଟନ କରିଥିଲେ।

ମହିଳା ଓ ଶିଶୁମାନଙ୍କ ସହିତ ହେଉଥିବା ଅତ୍ୟାଚାର ବିରୋଧୀରେ ଏକ ଦୃଢ଼ ସୁରକ୍ଷା ପ୍ରଦାନ କରିବା ସହ ଛୋଟ ପିଲାଙ୍କ ମନରୁ ପୋଲିସ ପ୍ରତି ଥିବା ଭୟକୁ ଦୂର କରିବା ପାଇଁ ଥାନାର ପରିବେଶକୁ ବନ୍ଧୁତ୍ୱପୂର୍ଣ୍ଣ କରିବା ପାଇଁ ଓଡିଶା ସରକାର ଏଭଳି ସୁନ୍ଦର ପଦକ୍ଷେପ ନେଇଛନ୍ତି।

କାର୍ଯ୍ୟକ୍ରମରେ ପୋଲିସର ଡିଜିପି ସୁନୀଲ କୁମାର ବଂଶଲ, ଅତିରିକ୍ତ ପୋଲିସ ନିର୍ଦ୍ଦେଶକ ଅରୁଣ କୁମାର ବୋଥ୍ରାଙ୍କ ସମେତ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଏସଡିପିଓଙ୍କ ସମେତ ନାଲକୋ ଥାନା ଅଧିକାରୀ ଦିଲ୍ଲୀପ କୁମାର ଲାକ୍ରା ଉପସ୍ଥିତ ଥିଲେ।