ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠାନର ସଭାପତି ଦୀପକ କୁମାର ବର୍ମାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନରେ ବରିଷ୍ଠ ଉପସଭାପତି ସୁବାସ ଚନ୍ଦ୍ର ପ୍ରଧାନ ଅନୁଗୁଳ ସହରର ମୌଳିକ ସମସ୍ୟା ଉପରେ ଗୁରୁତ୍ୱାରୋପ ରଖିଥିଲେ। ଅନୁଗୁଳ ସହରରେ ୟୁରିନାଲ ନଥିବାରୁ ବ୍ୟବସାୟୀ ଓ ଗ୍ରାହକ ହଇରାଣ ହେଉଛନ୍ତି । ଟାଟା ଟିପିସିଓଡିଏଲର ବିଦ୍ୟୁତ କର୍ମଚାରୀ ସୂଚନା ନଦେଇ କରେଣ୍ଟ କାଟିବାକୁ ନିନ୍ଦା କରାଯାଇଛି। ଅଗ୍ନିଶମ ବିଭାଗ ବର୍ତ୍ତମାନ ସହରରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନକୁ ଫାୟାର କ୍ଲିୟ୍ରାନ୍ସ ପାଇଁ ନୋଟିସ ଜାରି କରିଛନ୍ତି। ଏହାର ତୁରନ୍ତ ସମାଧାନ ପାଇଁ ଆଲୋଚନା କରାଯାଇଛି। ଜିଏସଟିର ବାରମ୍ବାର ସରଳୀକରଣ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଚିଫ୍ କୋଅଡିନେଟର ଅଶୋକ କୁମାର ଜୈନ ଜିଏସଟି କମିସନରକୁ ନେଇ ଏକ ସେମିନାର କରିବାକୁ ପ୍ରସ୍ତାବ ରଖିଥିଲେ। ଶେଷରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ନୀଳାଞ୍ଚଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।