ମୁଖ୍ୟ ଖବର

ଅନୁଗୁଳରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ:୧୫୦ଟି ପ୍ରାକ ମକଦ୍ଦମାଜନିତ ମାମଲା ଓ ୫୧୨ ଟି ବିଚାରାଧୀନ ମାମଲାର ହେଲା ଫଇସଲା

By Angul TV Bureau

March 09, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧ‌ିକରଣ ପକ୍ଷରୁ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୪ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତରେ ୧୫୦ଟି ପ୍ରାକ ମକଦ୍ଦମାଜନିତ ମାମଲାର ଫଇସଲା କରାଯାଇ ୨୩ ଲକ୍ଷ ୭୮ ହଜାର ୯୩୫ ଟଙ୍କାର ସମାଧାନ କରାଯାଇଛି। ସେହିପରି ୫୧୨ ଟି ବିଚାରାଧୀନ ମାମଲାର ଫଇସଲା କରାଯାଇଥିଲା।

ସେଥିମଧ୍ୟରୁ ୨୮ ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ୨ କୋଟି ୧ ଲକ୍ଷ ୫ ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯାଇଥିଲା। ସେହିଭଳି ୨୮ ଟି ଚେକ ବାଉନ୍ସ ମାମଲାର ବିଚାର କରାଯାଇ ୭ ଲକ୍ଷ ୭୧ ହଜାର ୮୮୮ ଟଙ୍କାରେ ସମାଧାନ କରାଯାଇଥିଲା। ୪ ଟି ଦେୱାନୀ ମାମଲାର ସମାଧାନ କରାଯାଇଥିଲା। ୧୪ ଟି ବିଚାରାଧୀନ ବ୍ୟାଙ୍କ ସମ୍ପର୍କିତ ମାମଲା, ୦୮ ଟି ପାରିବାରିକ ମାମଲା (ଛାଡପତ୍ର ବ୍ୟତୀତ), ଓ ୩୯୩ ଟି ଫୌଜଦାରୀ ସମ୍ପର୍କିତ ମାମଲାର ସମାଧାନ କରାଯାଇଥିଲା। ଏତଦବ୍ୟତୀତ ୧୮୨୭ ଟି ରାଜସ୍ୱ ମାମଲା ଫଇସଲା କରାଯାଇଥିଲା। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ତାଳଚେର, ଆଠମଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳରେ ଥ‌ିବା ଅଦାଲତ, ବିଭିନ୍ନ ତହସିଲ, ବ୍ୟାଙ୍କ ଓ ବି.ଏସ.ଏନ.ଏଲ ଅଂଶ ଗ୍ରହଣ କରିଥିଲେ।

ଅନୁଗୁଳ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧ‌ିକରଣର ଅଧ୍ଯକ୍ଷଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଅନୁଗୁଳ ଅଦାଲତର ବିଚାରପତି, ସରକାରୀ ଓକିଲ, ଆଇନଜୀବୀ, ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ଉପସ୍ଥିତ ଥିଲେ।