ଅନ୍ୟାନ୍ୟ

ଉତ୍କଳ ଗୋପାଳ ସମାଜର ପ୍ରଥମ ବୈଠକ: ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବାକୁ ଆହ୍ୱାନ

By Angul TV Bureau

December 19, 2022

ଅନୁଗୁଳ : ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ରଠାରେ ଅନୁଗୁଳ ଗୋପାଳ ସମାଜ ଶାଖା ପକ୍ଷରୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ଣ୍ଣେନ୍ଦୁ ଭୂତିଆଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଗୋପାଳ ମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ କିପରି ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରାଯିବ ଏବଂ ଜିଲ୍ଲାର କୋଣ ଅନୁକୋଣରେ ଥିବା ଗୋପାଳ ଭାଇ ଭଉଣୀଙ୍କୁ ଏକତ୍ର କରାଯିବ, ତାହା ହିଁ ବୈଠକର ମୂଳ ଲକ୍ଷ୍ୟ ବୋଲି ସଭାପତି କହିଥିଲେ।

ସୂଚନାଯୋଗ୍ୟ, ଗୋପାଳ ସମାଜର ଏକତା ଏବଂ ପ୍ରଗତିକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ସରକିଶୋରପାଳର ବିଦ୍ୟାଧର ଭୂତିଆ ଉତ୍କଳ ଗୋପାଳ ସମାଜର ସଂଗଠନ ଗଢ଼ିଥିଲେ। ପୂର୍ବରୁ ଓଡ଼ିଶାର ଅନ୍ୟ ଜିଲ୍ଲାରେ ସାଙ୍ଗଠନିକ ବୈଠକ ହୋଇଛି।