ମୁଖ୍ୟ ଖବର

ଅନୁଗୁଳରେ ଜନଗଣନା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଆୟୋଜିତ

By Angul TV Bureau

March 17, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଓ ଗୃହତାଲିକାକରଣ ପାଇଁ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ମାସ ୧୬, ୧୭ ଓ ୧୮ ତାରିଖ ତିନି ଦିନ ଧରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ପ୍ରଥମ ଦିବସରେ ଅତିରିକ୍ତ ଜିଲ୍ଲାପାଳ ତଥା ଜନଗଣନା ଅଧିକାରୀ ପ୍ରତାପ ପ୍ରୀତିମୟ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପ୍ରଶିକ୍ଷକମାନଙ୍କୁ ଜନଗଣନାର ପ୍ରକୃତ ଉଦ୍ଦେଶ୍ୟ ଓ ମାର୍ଗଦର୍ଶିକା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ପ୍ରଶିକ୍ଷକ ଭାବେ ଛେଣ୍ଡିପଦା ତହସିଲଦାର ମାନସ ରଞ୍ଜନ ରାୟ ଓ ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ସଂଜୀବ ରାଉତ ୪୪ ଜଣ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ଦୀପକ କୁମାର ତାଲିମ ପ୍ରଦାନରେ ସହାୟତା କରିଥିବା ବେଳେ ଡେପୁଟି କଲେକ୍ଟର ତଥା ଜନଗଣନା ଅଧିକାରୀ ଜୟକୃଷ୍ଣ ପାତ୍ର ସମଗ୍ର ତାଲିମ ପ୍ରକ୍ରିୟାକୁ ପରିଚାଳନା କରିଥିଲେ।