ଅନ୍ୟାନ୍ୟ

ତାରିଣୀ ବଜାର ଲକ୍ଷ୍ମୀ ପୂଜା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ: ଆକର୍ଷଣୀୟ ତୋରଣ ଓ ଚିକମିକ୍ ଆଲୁଅରେ ଝଲସିବ ଜରାସିଂହା ତାରିଣୀ ବଜାର

By Angul TV Bureau

September 06, 2026

ଅନୁଗୋଳ: ମା’ ଧନଦାତ୍ରୀ ଲକ୍ଷ୍ମୀ ପୂଜା ପାଇଁ ତାରିଣୀ ବଜାର ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଧୁମଧାମରେ ପୂଜା ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ଚଳିତବର୍ଷ ଆକର୍ଷଣୀୟ ତୋରଣ ଓ ଚିକମିକ୍ ଆଲୁଅରେ ଝଲସିବ ଜରାସିଂହା ତାରିଣୀ ବଜାର। ଦର୍ଶକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଗୁରୁତ୍ବ ଦିଆଯାଇଛି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରବଳ ଜନଗହଳି ହେବାର ସମ୍ଭାବନା ରହିଛି।

ଏହି ଅବସରରେ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସଭାପତି କିଶାନ କୁମାର ସାହୁ, ଉପସଭାପତି ସୁବ୍ରତ ସାହୁ ଓ ସୁଶୀଲ ସାହୁ, କୋଷାଧ୍ୟକ୍ଷ ସମୀର କୁମାର ପ୍ରଧାନ, ସମ୍ପାଦକ ସିପୁନ ସାହୁ ଓ ମାନସ ରଞ୍ଜନ ସାହୁ ଏବଂ ଉପସମ୍ପାଦକ ତନ୍ମୟ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି।