ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ପଞ୍ଚାୟତ ନେହରୁ ଉଚ୍ଚ ବିଦ୍ୟାଳୟରେ ରବିବାର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରାୟ ୫୦ ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କ ଅଭିଭାବକ ଯୋଗ ଦେଇଥିଲେ। ବୈଠକରେ ଛାତ୍ରଛାତ୍ରୀଙ୍କ ପାଇଁ ବହି ନ ପହଞ୍ଚିବା, ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ, ଗମନାଗମନ, ଶ୍ରେଣୀଗୃହ, ହଷ୍ଟେଲ ବିଷୟରେ ଆଲୋଚନା ହୋଇଥିଲା। ତେବେ ପିଲାଙ୍କ ପାଇଁ ହଷ୍ଟେଲ ସୁବିଧା ନଥିବାରୁ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି।