କ୍ରୀଡ଼ା

ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ, ୪-୦ ଗୋଲରେ ଝାରସୁଗୁଡ଼ା ବିଜୟୀ

By Biswaranjan Pattnaik

August 11, 2022

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନା ମ୍ୟାଚ୍ ଆଠମଲ୍ଲିକ ଫୁଟବଲ କ୍ଲବ୍ ଏବଂ ଝାରସୁଗୁଡ଼ା ଫୁଟବଲ କ୍ଲବ୍ ମଧ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଥିଲା।

ଏହି ମ୍ୟାଚରେ ଝାରସୁଗୁଡ଼ା ଫୁଟବଲ କ୍ଲବ୍ ଦମଦାର ଖେଳ ପ୍ରଦର୍ଶନକରି ୪-୦ ଗୋଲରେ ଆଠମଲ୍ଲିକ ଫୁଟବଲ କ୍ଳ୍ଲବକୁ ହରାଇଥିଲା। ପୂର୍ବତନ ନଗରପାଳ ପୂର୍ଣ୍ଣ ଚନ୍ଦ୍ର ରାଉତ, କ୍ରୀଡାବିତ୍ ବସନ୍ତ ଦାସ, ଯୁଧିଷ୍ଠିର ସେଠ, ପ୍ରକାଶ ଗଡ଼ନାୟକ ଓ ହରମୋହନ ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ। ଶିବ ଶଙ୍କର ପଣ୍ଡା ମ୍ୟାଚ୍ ପରିଚାଳନା କରିଥିବାବେଳେ ଆଲୋକ କୁମାର ଦେହୁରୀ, ଶଶିକାନ୍ତ ଦଶାଇ ଏବଂ ଭୋଳେଶ୍ବର ଗାଗାରାଇ ସହାୟତା କରିଥିଲେ। ଝାରଶୁଗୁଡ଼ା ଫୁଟବଲ୍ କ୍ଳ୍ଲବର ଫକିର ଓରାମ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ ହୋଇଥିଲେ।