ମୁଖ୍ୟ ଖବର

କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଭିଏମସି ବୈଠକ ଆୟୋଜିତ, ୧୩ଟି ପ୍ରସ୍ତାବ ଉପରେ ହେଲା ଆଲୋଚନା

By Angul TV Bureau

September 29, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ୨୦୨୪-୨୫ ବର୍ଷର ପ୍ରଥମ ବିଦ୍ୟାଳୟ ମ୍ୟାନେଜମେଣ୍ଟ କମିଟି ବୈଠକ ଚେୟାରମ୍ୟାନ (ନୋମିନି ) ଭି ପ୍ରେମ କୁମାରଙ୍କ ଜରିଆରେ ବିଦ୍ୟାଳୟର ଅଧ୍ୟକ୍ଷ କ୍ରିଷ୍ଣା କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। କମିଟିର ମେମ୍ବର କଣିହାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ସ୍ଵାଇଁ, ବିଦ୍ୟାଳୟର ଶିକ୍ଷକ ଆରତୀ ଦୀପ ଚନ୍ଦ୍ରା ତିର୍କୀ, ଏନଟିପିସି ପ୍ରୋଜେକ୍ଟର ଏସ ଭି ଡି ଆର ଶଙ୍କର ମ୍ୟାନେଜର (ଏଚଆର), ଏସ ଆର ଚୌଧୁରୀ ସିନିୟର ମ୍ୟାନେଜର (ଇଏମଡି), ଏନ ରାମସତ୍ୟମୁ ସିନିୟର ମ୍ୟାନେଜର (ସିଭିଲ )ଶିଶୁ ଡାକ୍ତର ଗଣେଶ ରାମ କୁରା ଓ ଅଭିଭାବକ ମହେଶ୍ୱର ନାଏକ ଯୋଗ ଦେଇ ନିଜ ନିଜର ମତାମତ ଦେଇ ୧୩ଟି ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଉପସ୍ଥିତ ଥିବା ଅଧିକାରୀଙ୍କୁ ଚେୟାରମ୍ୟାନ ଯଥା ଶୀଘ୍ର ଆସୁ ସମାଧାନ କିପରି ହୋଇ ପାରିବ ନିବେଦନ କରିଥିଲେ।

ଏଥିସହ ଖେଳ, କୁଦ ଉପରେ ଅଧିକ ଧ୍ୟାନ ଦେଇ ଉଜ୍ଜ୍ୱଳ ଭବିଷ୍ୟତ ଲାଗି କାମନା କରିଥିଲେ। ବିଦ୍ୟାଳୟର୍ ଉପକର୍ମଚାରୀ ପ୍ରଭାକର ନାଏକଙ୍କ ସହିତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।