ଘଟଣା ଓ ଦୁର୍ଘଟଣା

ପୋଖରୀରୁ ମାଛ ଚୋରି

By Angul TV Bureau

January 05, 2021

ତାଳଚେର: କଣିହାଁ ଥାନାର ଘଣ୍ଟିଆନାଳି ବରସାହିଠାରେ ଥିବା ଏକ ପୋଖରୀରୁ ମାଛ ଚୋରି ନେଇ ଗତ ରବିବାର ଥାନାରେ ଅଭିଯୋଗ ହୋଇଛି। ଡେରେଙ୍ଗ ପଞ୍ଚାୟତ ଅଧୀନସ୍ଥ ଘଣ୍ଟିଆନାଳି ବରସାହିଠାରେ ଥିବା ଏହି ପୋଖରୀରେ ୧୦ ବର୍ଷ ହେଲା ଡେରେଙ୍ଗ ଗ୍ରାମର ଡିଲେଶ୍ବର ସାହୁ ଓ ଘଣ୍ଟିଆନାଳି ଗ୍ରାମର ବୈକୁଣ୍ଠ ଦେହୁରୀ ଉଭୟଙ୍କ ମଧ୍ୟରେ ଚୁକ୍ତିନାମା କରି ଏହି ମାଛ ଚାଷ କରି ଆସୁଛନ୍ତି। ତେବେ ଗତ ଶୁକ୍ରବାର ସ୍ଥାନୀୟ ୧୩ ଜଣ ଅଧିବାସୀ ପୋଖରୀରୁ ମାଛ ମାରି ଚୋରି କରିଛନ୍ତି ବୋଲି ଉଭୟ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏ ସ˚କ୍ରାନ୍ତରେ ଏକ କେସ୍‌ ରୁଜୁ କରି ତଦନ୍ତ ଚଳାଇଛି।