ମୁଖ୍ୟ ଖବର

ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ଫିଟନେସ୍ ଦିବସ ଭାବେ ପାଳନ କଲା ଜେଏସପି: ମାରାଥନ, ସ୍ୱାସ୍ଥ୍ୟ ଶିବିର କରିବା ସହ ପିଲାଙ୍କୁ ବାଣ୍ଟିଲା ମିଷ୍ଟାନ୍ନ

By Angul TV Bureau

March 09, 2024

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ଫିଟନେସ୍ ଦିବସ ଭାବେ ପାଳନ କରାଯାଇଛି। ଏ ଅବସରରେ ଜେଏସପି ଏବଂ ଏହାର ଶାଖା ଜେଏସପି ଫାଉଣ୍ଡେସନ ପକ୍ଷରୁ ମିନି ମାରାଥନ, ଯୋଗ ଶିବିର, ରକ୍ତଦାନ ଶିବିର ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଆଜି ସକାଳେ ଅନୁଗୁଳ ୟୁନିଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମାଲହନ, ଆଇରନ୍ ଜୋନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ, ଯୋଗଗୁରୁ ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ ଓ ଅନ୍ୟ ବିଭାଗୀୟ ମୁଖ୍ୟମାନେ ମିନି ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ପରେ ଜେଏସପି ଫାଉଣ୍ଡେସନ ପକ୍ଷରୁ ଜିନ୍ଦଲ ଆଶା କେନ୍ଦ୍ର ଓ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ଅନୁଗୁଳରେ ଦିବ୍ୟାଙ୍ଗ ପିଲାଙ୍କ ସହ ନବୀନ ଜିନ୍ଦଲଙ୍କ ଜନ୍ମଦିନ ପାଳନ କରାଯାଇଛି। ଅନ୍ୟପଟେ ଡିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲର ଛାତ୍ରଛାତ୍ରୀ, ଉତ୍କଳ ବାଳାଶ୍ରମ ଅନୁଗୁଳର ଛାତ୍ରଛାତ୍ରୀମାନେ ମଧ୍ୟ ନବୀନ ଜିନ୍ଦଲଙ୍କ ଜନ୍ମଦିନ ପାଳନ କରିଛନ୍ତି। ପରେ ଜେଏସପି ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ଜେଲର କଏଦୀଙ୍କ ପାଇଁ କ୍ୟାରମ୍ ବୋର୍ଡ, ଚେସ୍ ବୋର୍ଡ, ଲୁଡୋ, ୱାଟର ପ୍ୟୁରିଫାୟର କମ୍ କୁଲର, ଜରୁରୀକାଳୀନ ଚାର୍ଜିଂ ଲାଇଟ୍, ସିଲିଂ ଫ୍ୟାନ୍, ପେଡେଷ୍ଟଲ ଫ୍ୟାନ୍, ମ୍ୟୁଜିକ୍ ସିଷ୍ଟମ୍ ଭଳି ଅତ୍ୟାବଶ୍ୟକ ଖେଳ ଓ ଉପଯୋଗୀ ସାମଗ୍ରୀ ବଣ୍ଟନ କରାଯାଇଥିଲା।

ଏ ଅବସରରେ ଦାମୋଦର ମିତ୍ତଲ, ଅତୁଲ ଦୁବେ, ଆରଭି ଶ୍ରୀଧର, ଶୁଭଦୀପ ଖାଁ, ଶ୍ୟାମ ମାହେଶ୍ୱରୀ, ଶରତ ପଣ୍ଡାଙ୍କ ସମେତ ଜେଏସପିର ଅନୁଗୁଳ ପରିଚାଳନା ଟିମର ସଦସ୍ୟମାନେ ନବୀନ ଜିନ୍ଦଲଙ୍କ ସୁସ୍ଥ ଓ ସମୃଦ୍ଧ ଜୀବନ କାମନା କରିଥିଲେ।

ଅପରପକ୍ଷରେ ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱର କାର୍ଯ୍ୟାଳୟରେ କଳିଙ୍ଗ ହସ୍ପିଟାଲ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଏବଂ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲାମାନଙ୍କୁ ମିଠା ବଣ୍ଟନ କରାଯାଇଛି। ଏହାବ୍ୟତୀତ ଅନୁଗୁଳର ଦେବଭୂମି ମନ୍ଦିର, ଭୁବନେଶ୍ୱରର ଶିବ ମନ୍ଦିର ଓ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ କର୍ମଚାରୀମାନେ ନବୀନ ଜିନ୍ଦଲଙ୍କ ଆଶୀର୍ବାଦ ନେଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ।