ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ପୁଲିସ ଦୁଇଟି ପୃଥକ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୁଲିସ ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଗେଙ୍ଗୁଟିଆ ଗ୍ରାମ ନିକଟରେ ବିଦ୍ୟୁତ୍ ଖୁଣ୍ଟରୁ ତାର ଚୋରି କରୁଥିବାବେଳେ ବନ ବିଭାଗ କର୍ମଚାରୀ ୩ ଜଣଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ। ସେମାନଙ୍କ ସୂଚନା ଆଧାରରେ ରେଙ୍ଗାଳି ବଜାର ଜନତା ଷ୍ଟୋର କଲୋନୀର ଗୁଣନିଧି ପୃଷ୍ଟିଙ୍କ କବାଡ଼ି ଗୋଦାମରେ ଚଢ଼ାଉ କରି ଆଲୁମିନିୟମ୍ କେବୁଲ୍, ଲୁହା ଆଙ୍ଗେଲ୍ ଓ ବିଦ୍ୟୁତ୍ ସାମଗ୍ରୀ ଜବତ କରାଯାଇଥିଲା।
ଏହି ମାମଲାରେ କୃଷ୍ଣ ନାହାକ, ବାବୁଲି ମହାରଣା, ଜୟନ୍ତ ବେହେରା ଓ ଗୁଣନିଧି ପୃଷ୍ଟି ଗିରଫ ହୋଇଛନ୍ତି। ସେହିପରି ବନ୍ଧୁକ ଦେଖାଇ ଅଢ଼େଇ ଲକ୍ଷ ଟଙ୍କା, ମୋବାଇଲ୍ ଓ ବାଇକ୍ ଲୁଟ୍ ମାମଲାରେ ପଶ୍ଚିମବଙ୍ଗରୁ କ୍ରିଷ୍ଣା ଦିନଙ୍କୁ ଗିରଫ କରାଯାଇଛି।