ମୁଖ୍ୟ ଖବର

ପଟାସ ସାରକୁ ଲୁଣ ଭାବି ଖାଇ ପାଞ୍ଚ ଜଣ ଶିଶୁ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

By Angul TV Bureau

January 19, 2025

ଅନୁଗୁଳ: ପଟାସ ସାରକୁ ଲୁଣ ଭାବି ଭୁଲରେ ଖାଇ ନୂଆଁମୁଣ୍ଡା ଗାଁର ୫ ଶିଶୁ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ସୂଚନା ମୁତାବକ, ଆଜି ଅପରାହ୍ନରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ପାଳଲହଡ଼ା ସୀମାନ୍ତ ସରୁଆଳୀ ପଞ୍ଚାୟତ ନୂଆଁମୁଣ୍ତ ଗ୍ରାମର ଦୁଇ ଭାଇ ଜୟନ୍ତ କୁମାର ତିଉ (୧୦), ପ୍ରତ୍ୟୁଷ ତିଉ (୭), ରାକେଶ ଗାଗରାଇ (୯), ରବୀନ୍ଦ୍ର ଦଙ୍ଗ (୧୦), ସୁଜିତ୍ ଦଙ୍ଗ (୪) ବାଡ଼ିରୁ କାନ୍ଧିଆ ତୋଳି ଲୁଣ ବଦଳରେ ଭୁଲରେ ପଟାସ ସାର ଲଗାଇ ଖାଇଦେଇଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ କଦଳୀ ଗଛ ଚେର ରସ ଦେଇ ବାନ୍ତି କରାଇଥିଲେ। କିନ୍ତୁ ବାନ୍ତି କମି ନଥିଲା। ଏଣୁ ସେମାନେ ୧୦୮ ଆମ୍ବୁଲାନ୍ସ ଡାକି ପିଲାଙ୍କୁ ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏବେ ସେମାନେ ଚିକିତ୍ସାଧୀନ ଥିବା ବେଳେ ଅବସ୍ଥା ସ୍ଥିର ଥିବା ଉପଖଣ୍ଡ ମେଡିସିନ ବିଭାଗ ଡାକ୍ତର ଦିଲ୍ଲୀପ କୁମାର ଭୋଇ କହିଛନ୍ତି।