ଘଟଣା ଓ ଦୁର୍ଘଟଣା

ପାଉଁଶ ଇଟା ତିଆରି ମେସିନ ଚୋରି ଅଭିଯୋଗରେ ୫ ଗିରଫ

By Swagatika Samantray

August 23, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗାଁରୁ ଏକ ପାଉଁଶ ଇଟା ତିଆରି ମେସିନ ଚୋରି ଅଭିଯୋଗରେ ପୁଲିସ ମଙ୍ଗଳବାର ୫ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

ସୂଚନା ଯେ, ଗତ ୧୨ ତାରିଖରେ ଗାଁର ସନତ ପ୍ରଧାନଙ୍କ ପାଉଁଶ ଇଟା ତିଆରି ମେସିନକୁ ଗ୍ୟାସ କଟରେ କାଟି ଚୋରି ହୋଇଥିଲା। ଏ ନେଇ ସନତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଏଥିରେ ସମ୍ପୃକ୍ତ କଲେଇପଦା ଗାଁର ସୁନିଲ ନାଏକ, କିଶାନ ନାଏକ, ବାରଗୌଣିଆ ଗାଁର ଆଲୋକ ନାଏକ, ପ୍ରତାପ ନାଏକଙ୍କସହ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଭୁବନପୁର ଗାଁର ଅନ୍ତର୍ଯ୍ୟାମୀ ନାଥଙ୍କୁ ଗିରଫ କରିଛି। ସୋମନଙ୍କଠାରୁ ଚୋରି ମେମସିନ ଓ ଏକ ପିକ୍ଅପ୍ ଭ୍ୟାନ୍ ଜବତକରଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।