କ୍ରୀଡ଼ା

ଜାତୀୟ ସମର କଳା ପ୍ରତିଯୋଗିତା ପାଇଁ ଜମ୍ମୁ କାଶ୍ମୀର ଯିବେ ଅନୁଗୁଳର ୫ ଖେଳାଳି

By Biswaranjan Pattnaik

December 26, 2022

ଅନୁଗୁଳ : ଚଳିତ ମାସ ୩୦ ତାରିଖ ଠାରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀର ଠାରେ ଅନୁଷ୍ଠିତ ହେବାକୁ ଯାଉଛି ୨୩ତମ ଜାତୀୟସ୍ତରୀୟ ସମର କଳା ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲାଗି ଅନୁଗୁଳ ଜିଲ୍ଲାରୁ ୫ ଜଣ ଖେଳାଳି ମନୋନୀତ ହୋଇଛନ୍ତି। ଜିଲ୍ଲାରୁ ବରିଷ୍ଠ ବିଭାଗରେ ଚିତ୍ତରଞ୍ଜନ ମହନ୍ତ ଓ ପ୍ରିୟାଂଶୁ ରାୟ, ଉପ-କନିଷ୍ଠ ବିଭାଗରେ କ୍ଷିତିଜ୍ ବର୍ମା ଓ ଆଦିତ୍ୟ ପ୍ରକାଶ ସିଂହ ଏବଂ ଉପ-କନିଷ୍ଠ ବିଭାଗର ଶ୍ରୀୟାଶ୍ରୀ ପ୍ରଧାନ ଚୟନିତ ହୋଇଛନ୍ତି। ସମସ୍ତ ଖେଳାଳି ରାଜ୍ୟ ସହ ସମ୍ପାଦକ ଦୁଷ୍ମନ୍ତ କୁମାର ନାଥଙ୍କ ନିକଟରୁ ଶିକ୍ଷା ଗ୍ରହଣ କରୁଛନ୍ତି। ଏହି ଖେଳାଳିଙ୍କୁ ଅନୁଗୁଳ ପୌରପାଳିକା ୨୦ ନମ୍ବର ୱାର୍ଡ ପରିଷଦ ରେଣୁକା ସେଠୀ ପୁଷ୍ପଗୁଚ୍ଛ ଦେଇ ଉତ୍ସାହିତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ପୂର୍ବତନ ନଗରପାଳ ଶକ୍ତି ପ୍ରସାଦ ପଟ୍ଟନାୟକ ଓ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦେବତା ଖେଳାଳିଙ୍କୁ ଉତ୍ତମ ପ୍ରଦର୍ଶନ ପାଇଁ ଆଶୀର୍ବାଦ ପ୍ରଦାନ କରିଥିବା ଜଣାଯାଇଛି।