ମୁଖ୍ୟ ଖବର

କୋଭିଡ ବିପର୍ଯୟ ଘୋଷଣାକୁ ପୂରିଲା ୫ ବର୍ଷ, ସାରା ଦେଶକୁ ଅକ୍ସିଜେନ ସପ୍ଲାଏ କରିଥିଲା ଓଡ଼ିଶା

By Angul TV Bureau

March 13, 2025

ଭୁବନେଶ୍ୱର: କୋଭିଡ ରାଜ୍ୟ ବିପର୍ଯୟ ଘୋଷଣାକୁ ପୂରିଲା ୫ ବର୍ଷ। ୨୦୨୦ ମାର୍ଚ୍ଚ ୧୧ରେ ମହାମାରୀ ଘୋଷଣା କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଦିନକ ପରେ ଅର୍ଥାତ ୧୩ ମାର୍ଚ୍ଚ ୨୦୨୦ରେ ରାଜ୍ୟରେ ହୋଇଥିଲା ବିପର୍ଯ୍ୟୟ ଘୋଷଣା। ମାର୍ଚ୍ଚ ୧୬ରେ ପ୍ରଥମ କୋଭିଡ୍ ରୋଗୀ ଚିହ୍ନଟ ହୋଇଥିଲେ। ସଂକ୍ରମିତ ଛାତ୍ର ଜଣଙ୍କ ଇଟାଲୀରୁ ଓଡ଼ିଶା ଆସିଥିଲେ। ରାଜ୍ୟରେ କରୋନା ସଂକ୍ରମଣର ମୁକାବିଲା ପାଇଁ ନିଆଯାଇଥିଲା ବିଭିନ୍ନ ପଦକ୍ଷେପ। ଲକଡାଉନ, ସଟଡାଉନ ସାଙ୍ଗକୁ ଟିକାକରଣ ଚାଲିଥିଲା। ଓଡ଼ିଶା ସରକାର ବାହାର ରାଜ୍ୟରୁ ଓଡ଼ିଆ ଶ୍ରମିକଙ୍କୁ ଆଣି କୋଭିଡ ସେଣ୍ଟରରେ ରଖିଥିଲେ। ଟେଷ୍ଟିଂ ବଢ଼ାଇବା, ଅସ୍ଥାୟୀ କୋଭିଡ ହସ୍ପିଟାଲ ଗଠନ, ମାଗଣାରେ କୋଭିଡ ଚିକିତ୍ସା ଓ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରାଯାଇଥିଲା।

ସେହିପରି ସାରା ଦେଶକୁ ଅକ୍ସିଜେନ ସପ୍ଲାଏ କରିଥିଲା ଓଡ଼ିଶା। ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାକୁ ସବୁ ମହଲରେ ପ୍ରଶଂସା କରାଯାଇଥିଲା। ସେତେବେଳେ ଓଡ଼ିଶାର ମୁଖ୍ୟ ସଚିବ ଥିଲେ ଅସିତ ତ୍ରିପାଠୀ। ତତ୍କାଳୀନ ଡିଏମଏଇଟି ଡାକ୍ତର ସିବିକେ ମହାନ୍ତିଙ୍କ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ଓଡ଼ିଶାରେ ୧୩ ଲକ୍ଷରୁ ଅଧିକ ଜଣ ସଂକ୍ରମିତ ହୋଇଥିଲେ। ମୃତ୍ୟୁ ସଂଖ୍ୟା ୯ ହଜାରରୁ ଅଧିକ ଥିଲା ।