ମୁଖ୍ୟ ଖବର

ଆମୁର ବାଜ ପକ୍ଷୀର ଉଡାଣ: ମଣିପୁରରୁ କେନିୟା ଭାୟା ଓଡ଼ିଶା

By Biswaranjan Pattnaik

November 28, 2024

ଅନୁଗୁଳ:ସାଇବେରିଆର ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ପାଇଁ ସେଠାକାର ଆମୁର ବାଜ ପକ୍ଷୀ ଗତ ଅକ୍ଟୋବର ମାସରେ ମଣିପୁରର ତମେଂଲଙ୍ଗ ଅଞ୍ଚଳରେ ପହଞ୍ଚି ଥିଲେ। ସେଠାକାର ଜଙ୍ଗଲ ବିଭାଗର ଅଧିକାରୀ ମାନେ ୱାଲ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମିଳିତ ସହାୟତାରେ ଗବେଷଣା ଉଦ୍ଦେଶ୍ୟରେ କିଛି ବାଜ ପକ୍ଷୀଙ୍କ ଦେହରେ ସାଟେଲାଇଟ ଦ୍ଵାରା ପରିଚାଳିତ ରେଡ଼ିଓ ଟ୍ରାନଜିଷ୍ଟର ଖଞ୍ଜିଥିଲେ।

ଏବେ ଖବର ମିଳିଛି ଏହି ବାଜ ପକ୍ଷୀ ଗୁଡ଼ିକ ମଣିପୁରରୁ ବାହାରି ଉପକୂଳ ଓଡ଼ିଶା ଦେଇ ମହାରାଷ୍ଟ୍ର,ଆରବ ସାଗର ଉପରଦେଇ ସୋମାଲିଆ ଟପି କେନିୟା ମଧ୍ୟରେ ପ୍ରବେଶ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଏବଂ ଖାଦ୍ୟ ଅନ୍ୱେଷଣ ପାଇଁ ପକ୍ଷୀ ମାନେ ୧୪,୫୦୦ କିମି ଅତିକ୍ରମ କରି କିଭଳି ଦୂର ସ୍ଥାନକୁ ଯାଇ ପାରୁଛନ୍ତି ତାହା ପକ୍ଷୀ ବିଶେଷଜ୍ଞ ମାନଙ୍କୁ ବିସ୍ମିତ କରିଛି।