ମୁଖ୍ୟ ଖବର

ଛେଣ୍ଡିପଦାରେ ବନ୍ୟା ବିଭୀଷିକା: ବିପଦ ସଂକେତ ଉପରେ ଜଳସ୍ତର, ବ୍ୟାପକ କ୍ଷୟକ୍ଷତି

By Angul TV Bureau

July 29, 2026

ଅନୁଗୋଳ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଛି। କୁମ୍ଭୀରା ନାଳ ଓ ଆଉଁଳୀ, ଟିକିରା ସମେତ ବିଭିନ୍ନ ନଈ ନାଳର ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ଛେଣ୍ଡିପଦା ତଳ ସାହି ସମେତ ବାଗଡିଆ, ଖମାର, ନୂଆଗାଁ ଓ ପିପଳବାହାଳ ଆଦି ଅଞ୍ଚଳରେ ଘରଦ୍ୱାର ଏବଂ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି।

ପିପଳବାହାଳରେ ଏସଏଜେଡିର ୧୦୦ ବସ୍ତା ଚାଉଳ ନଷ୍ଟ ହୋଇଥିବାବେଳେ ବାଗଡିଆରେ ୪୦ ଲକ୍ଷ ଟଙ୍କାର ଏକ ପୋଲ ଧୋଇଯାଇଛି। ସେହିପରି ପୁଟ ଗାଡିଆ ଗ୍ରାମରେ ପ୍ରଶାନ୍ତ ଦଣ୍ଡପାଟଙ୍କ କାନ୍ଥ ପଡ଼ି ଘର ଭାଙ୍ଗିଯାଇଥିଲେ ମଧ୍ୟ କେହି ଆହତ ହୋଇନାହାନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ୍ କ୍ଷୟକ୍ଷତି ଆକଳନ ଜାରି ରଖିଥିବାବେଳେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।