ମୁଖ୍ୟ ଖବର

ଡେରଜାଙ୍ଗ ଜଳଭଣ୍ଡାରରୁ ବନ୍ୟାଜଳ ଛଡ଼ାଯିବ

By Biswaranjan Pattnaik

September 16, 2021

ଅନୁଗୁଳ: ଲଗାଣ ବର୍ଷା ଯୋଗୁଁ ଡେରଜ।ଙ୍ଗ ଜଳ ଭଣ୍ଡାର ର ଜଳ ପତ୍ତନ ବୃଦ୍ଧି ପାଇଛି। ଏଣୁ ଜଳଭଣ୍ଡାର ରୁ ବନ୍ୟା ଜଳ ନିଷ୍କାସନ ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି।ଅନୁଗୁଳ ଜଳସେଚନ ବିଭାଗର ସୁପରଇନଟେଣ୍ଡିଙ୍ଗ ଇଞ୍ଜିନିୟର ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି କି ୧୬ ତାରିଖ ଅପରାହ୍ନ ଚାରିଟା ପରଠାରୁ ଯେକୌଣସି ସମୟରେ ଜଳଭଣ୍ଡାରରୁ ବନ୍ୟାଜଳ ଛଡ଼ାଯିବ। ଜଳଭଣ୍ଡାରର ତଳୁଆ ଅଂଚଳରେ ପ୍ରଖର ବନ୍ୟାଜଳ ପ୍ରବାହ ଯୋଗୁଁ ଧନ ଜୀବନ କ୍ଷତି ହୋଇ ପାରେ । ଏଣୁ ଡେରଜାଙ୍ଗ କେନାଲ ଗୁଡିକୁ ଏହି ସମୟରେ କେହି ନଯିବା ବା ଗାଈ ଗୋରୁଙ୍କୁ ନଛାଡିବା ପାଇଁ ପରାମର୍ଶ ଦିଆଯାଇଛି।