ଅନ୍ୟାନ୍ୟ

ନାଲକୋରେ ଦୁଇ ଦିନିଆ ପୁଷ୍ପ ଏବଂ ପନିପରିବା ପ୍ରଦର୍ଶନୀ, ଆକର୍ଷଣ ପନିପରିବା ଦେଖିବାକୁ ଜମୁଛି ପ୍ରବଳ ଭିଡ଼

By Angul TV Bureau

February 08, 2023

ବଅଁରପାଳ: ନାଲକୋ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିସରରେ ଉଦ୍ୟାନ ବିଭାଗ ଅଧିକାରୀ ଶୁଭେନ୍ଦୁ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଦୁଇ ଦିନିଆ ପୁଷ୍ପ ଏବଂ ଫଳ ପନିପରିବା ପ୍ରଦର୍ଶନୀ ଉଦଘାଟିତ ହୋଇଛି। ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଭୀମସେନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସିପିପି ମହାପ୍ରବନ୍ଧକ ସୁଧୀର ରଞ୍ଜନ ପଟ୍ଟନାୟକ, ମାନବ ସମ୍ବଳ ମହାପ୍ରବନ୍ଧକ ମଣି ପ୍ରସାଦ ସାମଲ, ସ୍ମେଲଟର ମହାପ୍ରବନ୍ଧକ ଏସ୍ ଏମ୍ ଅଲି, ଉପ ମହାପ୍ରବନ୍ଧକ ରାଜରାମ ମିଶ୍ର ଏବଂ ସୁନୀଲ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀରେ ଜିନ୍ଦଲ ଏବଂ ନିକଟବର୍ତ୍ତୀ କାରଖାନା ଟାଟା ଷ୍ଟିଲ ଅଂଶ ଗ୍ରହଣ କରିଥିବା ସହ ନାଲକୋ ଏବଂ ପାରିପାର୍ଶ୍ବିକ ଗ୍ରାମରୁ ୨୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଉଛନ୍ତି। ଏହି ପ୍ରଦର୍ଶନୀରେ ସୁନ୍ଦର ଏବଂ ବଡ଼ ବଡ଼ ଆକର୍ଷଣୀୟ ପନିପରିବା କଲରା, ଲାଉ, ସବୁଜ କୋବି, କାକୁଡି, ଫୁଲ କୋବି, ମାଣ କୋବି, ଶିମ୍ବ, ପାଣି କଖାରୁ, ପିଜୁଳି, ଧୋଡଙ୍ଗ, ସାରୁ, ପୋଟଳ, ପଣସ, ଆଳୁ, ବିଟ, ଉଲୁଅ, ମୂଳା, ଗାଜର, ଅମୃତଭଣ୍ଡା, କଦଳୀ, ବାଇଗଣ, ବନ୍ଧା କୋବି, ଟମାଟୋ ପ୍ରଭୃତି ପ୍ରଦର୍ଶିତ ହେଉଛି। ଏହାକୁ ଦେଖିବାକୁ ନାଲକୋ ତଥା ଆଖପାଖ ଅଞ୍ଚଳରୁ ଲୋକଙ୍କ ଭିଡ଼ ଜମୁଛି।