ମୁଖ୍ୟ ଖବର

​ମା’ ହିଙ୍ଗୁଳାଙ୍କ ଯାତ୍ରାରେ ଖାଦ୍ୟର ମାନ ଯାଞ୍ଚ: ଅପମିଶ୍ରଣ ଅଭିଯୋଗରେ ୬ ହଜାର ଟଙ୍କା ଫାଇନ୍

By Angul TV Bureau

April 02, 2026

ଅନୁଗୁଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପୂଜା ମହୋତ୍ସବ ଅବସରରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଯାତ୍ରା ପଡ଼ିଆରେ ବିଭିନ୍ନ ପ୍ରାନ୍ତରୁ ଆସି ପସରା ମେଲାଇଥିବା ଅସ୍ଥାୟୀ ଚଟପଟି ଓ ଫାଷ୍ଟଫୁଡ୍ ଦୋକାନଗୁଡ଼ିକରେ ଆଜି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅକସ୍ମାତ ଚଢ଼ାଉ କରାଯାଇଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ବ୍ୟବସାୟୀ ଖାଦ୍ୟ ପଦାର୍ଥରେ ବିଭିନ୍ନ କିସମର ଅସ୍ୱାସ୍ଥ୍ୟକର ରାସାୟନିକ ରଙ୍ଗ ମିଶ୍ରଣ କରୁଥିବା ନଜରକୁ ଆସିଥିଲା। ବିଭାଗୀୟ ଅଧିକାରୀମାନେ ଏହି ଖାଦ୍ୟର ମାନ ଯାଞ୍ଚ କରିବା ସହ ନିୟମ ଉଲ୍ଲଂଘନକାରୀ ବ୍ୟବସାୟୀଙ୍କ ନିକଟରୁ ୬ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି।

ଏହି ସ୍ୱତନ୍ତ୍ର ଅଭିଯାନରେ ଖାଦ୍ୟ ନିରାପତ୍ତା ବିଭାଗ ଅଧିକାରିଣୀ ହରପ୍ରିୟା ବେହେରାଙ୍କ ସମେତ ସୁମିତ ସୌରଭ ପରିଡ଼ା, ଶ୍ରୀବନ୍ତ ଖଣ୍ଡଗିରି, ନୀଳାମ୍ବର ପ୍ରଧାନ ଓ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହି ତଦାରଖ କରିଥିଲେ। ଆଗକୁ ମଧ୍ୟ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏଭଳି ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ମିଳିଛି।