ଅନ୍ୟାନ୍ୟ

ଢାବା ଓ ହୋଟେଲରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢ଼ଉ: ବାସି ଓ ରଙ୍ଗ ମିଶା ଖାଦ୍ୟ ବିକ୍ରୟକାରୀଙ୍କୁ ୫,୫୦୦ ଟଙ୍କା ଜରିମାନା

By Angul TV Bureau

January 10, 2024

ତାଳଚେର : ତାଳଚେର ପୌରାଞ୍ଚଳର ବାଇପାସ ଠାରୁ ବହ୍ଲର ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଖରେ ଗଢ଼ି ଉଠିଥିବା ବିଭିନ୍ନ ହୋଟେଲ ଓ ଢାବାଗୁଡ଼ିକରେ ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ଚଢ଼ାଉ କରାଯାଇଛି। ବିଭାଗୀୟ ଅଧିକାରୀମାନେ ଖାଦ୍ୟର ମାନ ଯାଞ୍ଚ କରି ବାସି ଖାଦ୍ୟ ଓ ରଙ୍ଗ ମିଶ୍ରିତ ଖାଦ୍ୟ ବିକ୍ରି କରୁଥିବା ଦୋକାନୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବ୍ୟବସାୟୀଙ୍କ ଠାରୁ ମୋଟ ୫ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।

ଚଢ଼ଉରେ ଖାଦ୍ୟ ସୁରକ୍ଷା ଅଧିକାରୀ ହରପ୍ରିୟା ବେହେରା, ସୁମିତ ସୌରଭ ପରିଡ଼ା ଓ ବାନାମ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।