ଅନୁଗୋଳ: ଅନୁଗୋଳ ନାଲକୋ ବିଶ୍ୱକର୍ମା ପୂଜା ମେଳାରେ ବିକ୍ରି ହେଉଥିବା ‘ସ୍ମୋକ ବିସ୍କୁଟ’କୁ ନେଇ ଚଢ଼ାଉ କରିଛି ଜିଲ୍ଲା ଖାଦ୍ୟ ସୁରକ୍ଷା ଟାସ୍କଫୋର୍ସ। ଅଭିଯୋଗ ପାଇ ଟିମ୍ ଚଢ଼ାଉ କରି ସମ୍ପୃକ୍ତ ବ୍ୟବସାୟକୁ ସିଲ୍ କରିବା ସହ ସାମଗ୍ରୀକୁ ପୁଲିସ ଜିମା ଦେଇଛି।ମେଳାରେ ଯୁବପିଢ଼ି ଓ ଛୋଟ ପିଲାଙ୍କୁ ଆକର୍ଷିତ କରିବା ପାଇଁ ଧୂଆଁ ବାହାରୁଥିବା ‘ସ୍ମୋକ ବିସ୍କୁଟ’ ବିକ୍ରି ହେଉଥିଲା। ଏଥିରେ ଲିକ୍ୱିଡ୍ ନାଇଟ୍ରୋଜେନ୍ ବ୍ୟବହାର ହେଉଥିବାରୁ ଖାଦ୍ୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା।
ଏହା ଅତ୍ୟନ୍ତ ନିମ୍ନ ତାପମାତ୍ରାର ହୋଇଥିବାରୁ ଶରୀର ସଂସ୍ପର୍ଶରେ ଆସିଲେ ଥଣ୍ଡାଜନିତ ଆଘାତ ହୋଇପାରେ। FSSAI ପକ୍ଷରୁ ମଧ୍ୟ ଖାଦ୍ୟ ପରିବେଷଣ ସମୟରେ ଲିକ୍ୱିଡ୍ ନାଇଟ୍ରୋଜେନ୍ର ଅନୁମତିବିହୀନ ବ୍ୟବହାର ନେଇ ସତର୍କ କରାଯାଇଛି। ମେଳାରେ ଖାଦ୍ୟ ବିକ୍ରେତାମାନେ ନିୟମ ଓ ସ୍ୱଚ୍ଛତା ମାନଦଣ୍ଡ ପାଳନ କରିବାକୁ ଟାସ୍କଫୋର୍ସ ପକ୍ଷରୁ କୁହାଯାଇଛି।