କ୍ରୀଡ଼ା

ଅନୁଗୋଳରେ ଫୁଟବଲ୍ ପ୍ରଶିକ୍ଷଣ ଶିବିର

By Angul TV Bureau

August 03, 2026

ଅନୁଗୋଳ: ଅନୁଗୋଳ ଫୁଟବଲର୍ସ ଆସୋସିଏସନ୍ (AFA) ଦ୍ୱାରା ଆୟୋଜିତ ANGUL DISTRICT RURAL FOOTBALL LEAGUE-2026 ରୁ ଚୟନ ହୋଇଥିବା ଖେଳାଳି ମାନଙ୍କ ପାଇଁ ଏକ ବିଶେଷ ପ୍ରଶିକ୍ଷଣ ଶିବିର ଆଜି ସ୍ଥାନୀୟ ଟାଉନ୍ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ଓଡିଶାର ବରିଷ୍ଠ ଫୁଟବଲ୍ ପ୍ରଶିକ୍ଷକ ସୁବୋଧ କୁମାର ଜେନା ଏହି ଶିବିରରେ ଖେଳାଳି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିବିର ପରିଚାଳନାରେ ବସନ୍ତ କୁମାର ଦାସ, ରମେଶ ଚନ୍ଦ୍ର ସାହୁ, ରୁଚିର କୁମାର ଦାସ, ହୃଦାନନ୍ଦ ପଣ୍ଡା, ଯୁଧିଷ୍ଠିର ସେଠ, ପଦ୍ମ ଲୋଚନ ପ୍ରଧାନ, ମାନସ ରଞ୍ଜନ ସାମଲ, ପବନ ସାହୁ, ବିନ ସାହୁ, ନିଲୁ ସାହୁ, ଶୌରଜିତ ରାଉତ, ବାପୁନ ବେହେରା, କୁନା ମୁଖୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

AFA ର ସୂଚନା ଅନୁସାରେ, ଅନୁଗୋଳ ରୁରାଲ ଫୁଟବଲ୍ ପ୍ରତିଯୋଗିତାରୁ ଏହି ଖେଳାଳି ମାନଙ୍କୁ ଚୟନ କରାଯାଇଛି। ଚୟନ ହୋଇଥିବା ଦଳ ଆସନ୍ତା ୭ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା OP Jindal Cup ଓ ରାଜ୍ୟ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲା ତରଫରୁ ଅଂଶଗ୍ରହଣ କରିବେ। AFA ର ସଭାପତି ପବନ ସାହୁ ଏବଂ ସମ୍ପାଦକ ଶୁଭ୍ରାଂଶୁ ଶେଖର ସାହୁ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇ କହିଲେ ଯେ, ଗ୍ରାମାଞ୍ଚଳର ପ୍ରତିଭାକୁ ଆଗକୁ ଆଣିବା ହିଁ ଆମର ମୁଖ୍ୟ ଉଦ୍ଦେଶ୍ୟ।