ମୁଖ୍ୟ ଖବର

ବିଶ୍ୱ କପ ହକି: ବସ୍ତି ଓ ସହରବାସୀଙ୍କ ପାଇଁ ଏଲଇଡି ବ୍ୟବସ୍ଥା

By Biswaranjan Pattnaik

January 10, 2023

ଅନୁଗୁଳ: ଓଡ଼ିଶାରେ ହେବାକୁ ଥିବା ବିଶ୍ୱ କପ ହକିକୁ ସରସ ସୁନ୍ଦର ତଥା ଚିତ୍ତାକର୍ଷକ କରିବାପାଇଁ ରାଜ୍ୟ ସରକାର ଯେଭଳି ବ୍ୟବସ୍ଥା କରିଛନ୍ତି,ଏହାର ପ୍ରଚାର ପ୍ରସାର ପାଇଁ ମଧ୍ୟ ସେଭଳି ବ୍ୟବସ୍ଥା କରାଯାଇଛି। ଅନୁଗୁଳ ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତ ପ୍ରକାଶ କରିଛନ୍ତି କି ବଡ ବଡ ଏଲଇଡି ମାଉଁଟେଡ଼ ଭେଇକିଲ ଅଣାଯାଇଛି ଏଗୁଡିକ ଅମଲାପଡ଼ା ଦୁର୍ଗା ମଣ୍ଡପ, ଦୁର୍ଗା ଶଙ୍କର ବଜାର ମଣ୍ଡପ, ଶୈଳ ଶ୍ରୀକ୍ଷେତ୍ର ବଡ ଦାଣ୍ଡ, ହୁଲୁରୁସିଂହ।, ହେମସୁରପଡା ଆଦି ସ୍ଥାନରେ ଲଗାଯିବ।ସେହିଭଳି ବସ୍ତି ମାନଙ୍କରେ ଥିବା ପରିଚୟ ଗୃହ ବା କମ୍ୟୁନିଟି ସେଣ୍ଟର ଗୁଡିକରେ ଛୋଟ ଏଲଇଡି ଟିଭି ଲଗାଯିବ। ବିଶ୍ୱ କପ ହକିର ଉଦଘାଟନୀ ସମାରୋହ ଓ ଭାରତ ଖେଳିବାକୁ ଥିବା ସମସ୍ତ ମ୍ୟାଚ ଗୁଡିକର ସିଧା ପ୍ରସାରଣ ଲୋକମାନେ ଦେଖିବାର ବ୍ୟବସ୍ଥା କରାଯାଉଛି।