ଅନ୍ୟାନ୍ୟ

ପ୍ରଥମ ଥର ପାଇଁ ଡାକ ଘରେ ମିଳୁଛି ଜାତୀୟ ପତାକା, ମୂଲ୍ୟ ମାତ୍ର ୨୫ ଟଙ୍କା

By Angul TV Bureau

August 03, 2022

ଅନୁଗୁଳ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନରେ ଚଳିତବର୍ଷ ପାଳିତ ହେଉଛି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ସମସ୍ତେ ନିଜ ନିଜ ଘରେ ଜାତୀୟ ପତାକା ଲଗାଇବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ପ୍ରତ୍ୟେକ ଜିଲ୍ଲାର ମୁଖ୍ୟ ଡାକ ଘର ଓ ଉପଡାକ ଘରେ ୨୫ଟଙ୍କାରେ ଜାତୀୟ ପତାକା ବିକ୍ରି କରୁଛନ୍ତି। ଏହି ତ୍ରିରଙ୍ଗା ବିକ୍ରି ଆଜି ଠାରୁ ଆରମ୍ଭ ହୋଇଛି। ସମସ୍ତ ଡାକ ଘରେ ଜାତୀୟ ପତାକା ନିକଟରେ ଏକ ସେଲଫି ପଏଣ୍ଟ ବି ରହିଛି। ଡାକ ଘରେ ମିଳୁଥିବା ଜାତୀୟ ପତାକାର ଦାମ୍, ବଜାର ଦର ଠାରୁ ବହୁତ କମ୍ ବୋଲି ଅନୁଗୁଳ ମୁଖ୍ୟ ଡାକଘରର ପ୍ରଧାନ ଡାକପାଳ ଅମୀୟ କୁମାର କର ଓ ବ୍ୟବସାୟିକ ଅଧିକାରୀ ସୁଜିତ କୁମାର ଦେହୁରୀ ସୂଚନା ଦେଇଛନ୍ତି।