ଅନ୍ୟାନ୍ୟ

ସ୍ୱାମୀର ଦ୍ୱିତୀୟ ପତ୍ନୀ କୁ ନେଇ ଥାନାରେ ଏତଲା

By Angul TV Bureau

September 04, 2021

ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସନକାକୁଡ଼ିଆ ଗ୍ରାମର ମାମିଲତା ବେହେରା(୨୨)ଙ୍କ ସ୍ବାମୀ ସୁବଳ ବେହେରା ଅନ୍ୟ ଜଣେ ମହିଳା ଓ ୧୦ ଜଣେ ବର୍ଷର ପିଲାକୁ ଘରକୁ ଆଣିବା ନେଇ ମାମିଲତା କଣିହାଁ ଥାନାରେ ଗତ ୨ ତାରିଖରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ସୁବଳ ବେହେରା ଗତ ୨୮ ତାରିଖ ରେ ସକାଳ ୮ ଟା ବେଳେ ଘରୁ ପଳାଇ ଯାଇଥିଲେ। ଏନେଇ ପରିବାର ଲୋକ ଖୋଜା ଖୋଜି କରି ପାଇନଥିଲେ। ତେବେ ୨ ତାରିଖ ଦିନ ୧୧ ଟା ବେଳେ ଉର୍ମିଳା ଘୋଷ ନାମକ ଜଣେ ମହିଳା ଓ ୧୦ ଜଣେ ବର୍ଷର ପିଲାକୁ ସାଥିରେ ନେଇ ଘରକୁ ଆସି ଥିଲେ। ପଚାରିବାରୁ ମୋର ଦ୍ଵିତୀୟ ସ୍ତ୍ରୀ ବୋଲି କହିଥିଲେ। ଏ ନେଇ ପ୍ରତିବାଦ କରିବାରୁ ମୋତେ ଗାଳି ଦେବା ସହ ମାଡ ମାରି ଥିଲେ। ଏପରିକି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ମୋର ଶ୍ୱଶୁର ମଧ୍ୟ ବିରୋଧ ନକରି ମୋ ପୁଅ ଘରେ ରହିବ ବୋଲି କହିଥିଲେ। ଖବର ପାଇ ମୋ ଭାଇ ଘରକୁ ଆସିଥିବାବେଳେ ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିବା ମାମିଲତ ଅଭିଯୋଗ କରିଛନ୍ତି। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।