ଅନୁଗୁଳ: ଅନୁଗୁଳ ଥାନା ଛକ ନିକଟରେ ଥିବା ଓମ୍ଫେଡ଼ ପାର୍ଲରକୁ ଲାଗି ସରକାରୀ ଜାଗାରେ ଜଣେ ବ୍ୟକ୍ତି ଫଳରସ ଦୋକାନ ଖୋଲି ଭଡାରେ ଦେଇଥିଲେ। ଖବର ପାଇ ଅନୁଗୁଳ ତହସିଲ କର୍ତ୍ତୃପକ୍ଷ ପୌରପାଳିକା ସହାୟତାରେ ବୁଧବାର ଉକ୍ତ ଦୋକାନକୁ ଉଚ୍ଛେଦ କରିଥିଲେ।
ସୂଚନା ଯେ, ଅନୁଗୁଳ ସହର ଭିତରେ ବହୁ ସରକାରୀ ଜମି ମାଫିଆଙ୍କ କବ୍ଜାରେ ଥିବାରୁ ପର୍ଯ୍ୟାୟ କ୍ରମେ ସେସବୁକୁ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି ।