ଅନୁଗୋଳ: ଅନୁଗୋଳ ବନ ବିଭାଗ ପକ୍ଷରୁ ଏକ ଚୋରା ଶିକାର ବିରୋଧୀ ଚଢ଼ାଉ କରାଯାଇଛି। କଣିହାଁ ରେଞ୍ଜ ଅନ୍ତର୍ଗତ ବିରିପାଳ ସଂରକ୍ଷିତ ଜଙ୍ଗଲରେ ଅକ୍ଟୋବର ୧୩ ତାରିଖ ରାତିରେ ପାଟ୍ରୋଲିଂ ସମୟରେ ବନ ବିଭାଗର ଗ୍ରୀନ ୱାରିଅର୍ସ ଟିମ୍ ଏହି ସଫଳତା ପାଇଛି। ଚଢ଼ାଉ ବେଳେ ବେଆଇନ ଶିକାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୪ ଜଣଙ୍କୁ ଧରାଯାଇଛି। ସେମାନଙ୍କ ନିକଟରୁ ୬ଟି ବାରୁଦ ବୋମା, ଏକ ମୃତ ବନ୍ୟ ବରାହ ଏବଂ ଏକ ମୋଟରସାଇକେଲ ଜବତ କରାଯାଇଛି।
ଏନେଇ ଓଆର୍ କେସ୍ ନଂ ୨୩କେ/୨୦୨୬-୨୭ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ବନ୍ୟଜନ୍ତୁ ସୁରକ୍ଷା ପାଇଁ ବନ ବିଭାଗର ଏଭଳି ନିରନ୍ତର ପ୍ରୟାସ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।