ମୁଖ୍ୟ ଖବର

ଅନୁଗୁଳ ବନଖଣ୍ଡରେ ବନ ବିଭାଗର ଚଢ଼ାଉ: ବିପୁଳ ପରିମାଣର ଶାଗୁଆନ କାଠ ଜବତ

By Angul TV Bureau

May 26, 2026

ଅନୁଗୁଳ: ବନ ଅପରାଧ ରୋକିବା ଦିଗରେ ଅନୁଗୁଳ ବନଖଣ୍ଡକୁ ମିଳିଛି ଏକ ବଡ଼ ସଫଳତା। ବନ୍ତଳା ରେଞ୍ଜର କଞ୍ଜା ସେକ୍ସନ ଅନ୍ତର୍ଗତ ମହିଧରପୁର ବିଟ୍‌ର ସେରେନାବେଡା ଗ୍ରାମରେ ଚାଲିଥିବା ନିୟମିତ ପାଟ୍ରୋଲିଂ ସମୟରେ ବନ ବିଭାଗ ପକ୍ଷରୁ ଏକ ସଫଳ ଚଢ଼ାଉ କରାଯାଇଛି।

ବନ୍ତଳା ବନାଞ୍ଚଳ ଅଧିକାରୀ ପ୍ରସନ୍ନ କୁମାର ସାହୁଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଦଳ ବେଆଇନ ଭାବେ ରଖାଯାଇଥିବା ପ୍ରାୟ ୬.୩୦୭ ଘନଫୁଟର ୩୦ ଖଣ୍ଡ ଶାଗୁଆନ ପଟ୍ଟା ଫାଳ ଏବଂ ୪ ଖଣ୍ଡ ଶାଗୁଆନ ଚୌକାଠ ଜବତ କରିଛି। ଏହି ପାଟ୍ରୋଲିଂ ଦଳରେ ବନପାଳ ରଶ୍ମିରଞ୍ଜନ ସେଠୀ, ବନରକ୍ଷୀ ନିରୁପମା ନାୟକ, ଦୁର୍ଗାପ୍ରସାଦ ସତ୍ୟପାଠୀଙ୍କ ସମେତ ହାତୀ ସ୍କ୍ୱାଡ୍ ଓ ଗଜମିତ୍ର ସଦସ୍ୟମାନେ ସାମିଲ ଥିଲେ।

ଜବତ ସାମଗ୍ରୀଗୁଡ଼ିକୁ ବନ୍ତଳା ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିବା ବେଳେ ଏକ ବନ ଅପରାଧ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ବନ ଅପରାଧ ପ୍ରତି ବନଖଣ୍ଡର ‘ଶୂନ୍ୟ ସହନଶୀଳତା’ ନୀତିକୁ ଏହି ଅଭିଯାନ ଆହୁରି ଦୃଢ଼ କରିଛି।