ମୁଖ୍ୟ ଖବର

ପୁରୁଣାଗଡ଼ରେ ବନ ବିଭାଗର ଚଢ଼ଉ: ଚୋରା ଶାଗୁଆନ ଓ ଗମ୍ଭାରୀ କାଠ ଜବତ

By Biswaranjan Pattnaik

July 20, 2025

ଅନୁଗୁଳ: ଅନୁଗୁଳ ରେଞ୍ଜ ପୁରୁଣାଗଡ଼ ସେକ୍ସନର ଜଙ୍ଗଲ ବିଭାଗ ଅଧିକାରୀ ଏବଂ ବନ୍ତଳା ପୋଲିସର ମିଳିତ ରାତ୍ରୀକାଳୀନ ପାଟ୍ରୋଲିଂ ସମୟରେ ପୁରୁଣାଗଡ଼ ଗାଁ ଭିତରୁ ଚୋରାକାଠ ଜବତ କରିଛନ୍ତି। ଅଧିକାରୀମାନେ ଆଠଟି ଶାଗୁଆନ ପଟା (୧.୨୮୨ ସି ଏଫ୍ ଟି) ଏବଂ ୩୦ ଟି ଗମ୍ଭାରୀ ପଟା (୪.୫୫୪ ସି ଏଫ୍ ଟି) ଜବତ କରିଥିଲେ। ଚୋରା କାଠ କାହାର ସେଥିନେଇ ଅଧିକ ଅନୁସନ୍ଧାନ ଜାରି ରହିଛି।

ଚଢ଼ଉରେ ଋତୁପର୍ଣ୍ଣା ବିଶ୍ଵାଳ, ପ୍ରିୟତମା ସାହୁ, ଜୟସ୍ମିତା ସାହୁ, ବିଦ୍ୟାଧର ପ୍ରଧାନ, ପ୍ରଦୀପ କୁମାର ବେହେରା, ସିଦ୍ଧାନ୍ତ ଦାସ ପ୍ରମୁଖ ଜଙ୍ଗଲ ବିଭାଗ କର୍ମଚାରୀ ସାମିଲ ଥିଲେ।