ଘଟଣା ଓ ଦୁର୍ଘଟଣା

ଜଙ୍ଗଲ ବିଭାଗର ଚଢାଉ: ଗୁଳି ବନ୍ଧୁକ ଜବତ, ଶିକାରୀ ଫେରାର

By Biswaranjan Pattnaik

August 08, 2025

ଅନୁଗୁଳ: ଗତ ୭ ତାରିଖ ବିଳମ୍ବିତ ରାତିରେ ଜରପଡା ରେଞ୍ଜ ଅଫିସର ଏବଂ ଅନ୍ତୁଳିଆ ଫରେଷ୍ଟ ସେକ୍ସନର ଅଧିକାରୀ ମାନେ ଅନୁଗୁଳ ଆଠମଲ୍ଲିକ ଜଙ୍ଗଲ ସୀମାରେ  ପାଟ୍ରୋଲିଂ କରୁଥିବା ବେଳେ ଜଣେ ଶିକାରୀକୁ ବୁଲୁଥିବାର ଦେଖିଥିଲେ।ତେବେ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଦେଖି ସେ ଦୌଡ଼ି ପଳାଇଥିଲା। ସେ ଛାଡ଼ି ଯାଇଥିବା ଏକ ବଡ଼ ବ୍ୟାଗକୁ ଯାଞ୍ଚ କରିବାରେ ତା ଭିତରେ ଗୋଟିଏ ଦେଶୀ ବନ୍ଧୁକ, ୭୦ ଛରା ଗୁଳି, ହେଡ ଲାଇଟ୍, ବ୍ୟାଟେରୀ, କିଛି ପଟାସ ଥିବା ଜଣା ପଡିଥିଲା।

ଏହି ସବୁ ସାମଗ୍ରୀକୁ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଜବତ କରିଥିଲେ। ଏହି ଚଢଉରେ ଧଣ୍ଡା ଟୋପା ରେଞ୍ଜ ଅଧିକାରୀ ଏବଂ ପାଇକ ସାହି ସେକ୍ସନର କର୍ମଚାରୀ ମାନେ ମଧ୍ୟ ସହଯୋଗ କରିଥିଲେ।