ଘଟଣା ଓ ଦୁର୍ଘଟଣା

ବେଆଇନ କାଠ ଚାଲାଣ ଉପରେ ବନ ବିଭାଗର ଚଢ଼ାଉ, ଶାଗୁଆନ କାଠ ଓ ଗଣ୍ଡି ଜବତ

By Angul TV Bureau

November 17, 2026

ଅନୁଗୋଳ: ବେଆଇନ କାଠ ଚାଲାଣ ଓ ଗଛ କଟା ବିରୋଧରେ ଅନୁଗୋଳ ବନଖଣ୍ଡ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। କଣିହାଁ ରେଞ୍ଜର ବନ କର୍ମଚାରୀମାନେ ଗତ  ନଭେମ୍ବର ୧୬ ତାରିଖରେ ଜାମୁଯୋଡ଼ି ଗ୍ରାମ ନିକଟରେ ଚଢ଼ାଉ କରି ୭.୮୫୫ ଘନଫୁଟ ଶାଗୁଆନ କାଠ ସହ ୩ଟି ଗଣ୍ଡି ଜବତ କରିଛନ୍ତି।

ଏହି ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ଏକ ବନ ମାମଲା ରୁଜୁ କରାଯାଇଛି। ଏଥିସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ଜଙ୍ଗଲ ସମ୍ପଦର ସୁରକ୍ଷା, ବେଆଇନ ଗଛ କଟା ଓ କାଠ ଚାଲାଣ ରୋକିବା ପାଇଁ ଅନୁଗୋଳ ବନଖଣ୍ଡ ପକ୍ଷରୁ ନିୟମିତ ନଜର ରଖାଯାଉଥିବା ସହ ଏଭଳି ବେଆଇନ କାର୍ଯ୍ୟକଳାପ ବିରୋଧରେ ଆଗକୁ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।