ଅନ୍ୟାନ୍ୟ

ଆହତ ଗରୁଡ଼ ପକ୍ଷୀ ଉଦ୍ଧାର କଲା ବନ ବିଭାଗ

By Biswaranjan Pattnaik

December 18, 2025

ଅନୁଗୁଳ: ଗତ ୧୭ ତାରିଖ ଅପରାହ୍ନରେ ଗୋଟିଏ ଗରୁଡ଼ ବା ଇଗଲ ଆହତ ଅବସ୍ଥାରେ  ବଅଁରପାଳ ଓଭର ବ୍ରିଜ ନିକଟରେ ପଡ଼ିଥିବା ଜଣେ ବାଟୋଇ କୃଷ୍ଣ ଚନ୍ଦ୍ର ନାଥ,ବଳରାମପ୍ରସାଦ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅନୁଗୁଳ ରେଞ୍ଜ ଷ୍ଟାଫ୍ ଏବଂ ମୋବାଇଲ ଭେଟେନାରୀ ୟୁନିଟ ଆହତ ପକ୍ଷୀଟିକୁ ଉଦ୍ଧାର କରି ଚିକିତ୍ସା ଆରମ୍ଭ କରିଥିଲେ। ବର୍ତ୍ତମାନ ଅନୁଗୁଳ ରେଞ୍ଜ ଅଫିସରେ ପକ୍ଷୀଟି ଚିକିତ୍ସିତ ହେଉଛି। ଉଦ୍ଧାର କାର୍ଯ୍ୟରେ ଫରେଷ୍ଟର ରଞ୍ଜନ ପ୍ରଧାନ, ଫରେଷ୍ଟ ଗାର୍ଡ ଲୁଲୁ ପ୍ରଧାନ, ଫରେଷ୍ଟ ଗାର୍ଡ ଶଙ୍କର ଦାସ ଏବଂ ଭେଟେନାରୀ ଡାକ୍ତର ପି.କେ ସିଂହ ଏବଂ ତାଙ୍କ ସହକର୍ମୀ ମାନେ ସାମିଲ ଥିଲେ ।