ଅନୁଗୁଳ: ଆଜି କିଶୋରନଗର ବ୍ଲକ୍ ଅନ୍ତର୍ଗତ ଆଠମଲ୍ଲିକ ବନଖଣ୍ଡର ମାଧପୁର୍ ବନାଞ୍ଚଳ ଦେକୁରୁଡ଼ ସେକ୍ସନର ଗୁସୁରାଖୋଲ ବନ ସୁରକ୍ଷା ସମିତି ଠାରେ ବନାଗ୍ନି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମାଧପୁର୍ କ୍ଷେତ୍ର ସଂଯୋଜକ ଦେବା ନନ୍ଦ ନାୟକ, କ୍ଷେତ୍ର ସଂଯୋଜିକ ତନୁଶ୍ରୀ ବଘାର, ସମ୍ପାଦକ ରମାକାନ୍ତ ସାହୁ, ଦଳପତି ଅମରେଶ ଦାସ ଓ ବିକାଶ ଅଧିକାରୀ ସ୍ୱତମ୍ବର୍ ମଲ୍ଲିକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସଂଯୋଜକ ଦେବାନନ୍ଦ ନାୟକ ବନାଗ୍ନିର ଭୟାବହତା ଓ କ୍ଷୟକ୍ଷତି ବିଷୟରେ ଆଲୋକପାତ କରିଥିଲେ। ବନାଗ୍ନି ପାଇଁ ଜେଲ ଦଣ୍ଡ ବିଧାନ ତଥା ଜରିମାନା ବିଷୟରେ କହିଥିଲେ।