ଘଟଣା ଓ ଦୁର୍ଘଟଣା

ଜଙ୍ଗଲ ନିଆଁ ଉଡ଼ି ଜଳିଗଲା କବାଡ଼ି ଦୋକାନ, ଲକ୍ଷାଧିକ ଟଙ୍କାର ଜିନିଷ ପାଉଁଶ

By Angul TV Bureau

March 19, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ପଞ୍ଚାୟତର ସ୍କଟଲ୍ୟାଣ୍ଡପୁର କେନାଲ ନିକଟରେ ଥିବା ଏକ ଅବ୍ୟବହୃତ ପ୍ଲାଷ୍ଟିକ ଗୋଦାମ କବାଡ଼ି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ଜଳିଯାଇଛି। ଖବର ପାଇ ତାଳଚେର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସ୍ଥାନୀୟ ଲୋକେ କହିଛନ୍ତି, ଜଙ୍ଗଲରୁ ନିଆଁ ଉଡ଼ି କବାଡ଼ି ଦୋକାନରେ ପଡ଼ିବାରୁ ଦୋକାନ ଜଳିଯାଇଥିଲା। ମଙ୍ଗଳବାର ଦିନ ୧୨ଟା ବେଳେ ନିଆଁ ଲାଗି ଧୂଆଁ ବାହାରିଥିଲା। ଫଳରେ ସମଗ୍ର ଅଞ୍ଚଳ ଅନ୍ଧାର ହୋଇଯାଇଥିଲା। ଏ ନେଇ ତାଳଚେର ଥାନା ଅଧିକାରୀଙ୍କୁ ପଚାରିବାରୁ ସେ ଏ ବିଷୟରେ ଅବଗତ ନାହାନ୍ତି ବୋଲି କହିଥିଲେ।