ମୁଖ୍ୟ ଖବର

ଅନୁଗୁଳ ବନଖଣ୍ଡରେ ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା ଅଭିଯାନ: ବନ୍ୟସମ୍ପଦ ସୁରକ୍ଷା ପାଇଁ ସଜାଗ ହେଲେ ବନ କର୍ମଚାରୀ ଓ ଗଜ ସାଥୀ

By Angul TV Bureau

February 13, 2026

ଅନୁଗୁଳ: ଜଙ୍ଗଲ ଓ ବନ୍ୟପ୍ରାଣୀ ସମ୍ପଦକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଅନୁଗୁଳ ବନଖଣ୍ଡର ସମସ୍ତ ରେଞ୍ଜରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଗୁଳ ବିଭାଗର ଏସିଏଫ୍ କୃଷ୍ଣଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ରେଞ୍ଜ ଅଫିସର, ଅଗ୍ନିଶମ ଅଧିକାରୀ, କେନ୍ଦୁପତ୍ର କର୍ମଚାରୀ ଏବଂ ‘ନ୍ୟୁଜ୍’ ଏନଜିଓର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଏହି ସମ୍ମିଳନୀରେ ବନ ବିଭାଗର କର୍ମଚାରୀ, ଗଜ ସାଥୀ, ଗଜ ମିତ୍ର ଏବଂ ଜଙ୍ଗଲ ନିଆଁ ସୁରକ୍ଷା ସ୍କ୍ୱାଡ୍ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଆଗାମୀ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଜଙ୍ଗଲ ନିଆଁର କାରଣ, ଏହାର ନିରାକରଣ, ପ୍ରାରମ୍ଭିକ ଚିହ୍ନଟ ପ୍ରଣାଳୀ ଏବଂ ତୁରନ୍ତ ପଦକ୍ଷେପ ନେବା ସମ୍ପର୍କରେ ଏଠାରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ଜଙ୍ଗଲ ନିଆଁକୁ ରୋକିବା ପାଇଁ ସାଧାରଣ ଜନତା ଓ ଗୋଷ୍ଠୀଗତ ସହଭାଗିତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅଧିକାରୀମାନେ ମତ ପ୍ରକାଶ କରିଥିଲେ।ସାମୂହିକ ଦାୟିତ୍ୱବୋଧ ଏବଂ ସଜାଗ ରହିବା ଦ୍ୱାରା ହିଁ ବନ୍ୟସମ୍ପଦ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ରଖାଯାଇପାରିବ ବୋଲି ଏହି କାର୍ଯ୍ୟକ୍ରମରେ ଆହ୍ୱାନ ଦିଆଯାଇଛି।