ଅନ୍ୟାନ୍ୟ

ବନ ସୁରକ୍ଷା ପାଇଁ ଜଙ୍ଗଲ ନିଆଁ ନିରାକରଣ ସଚେତନତା ରାଲି

By Sanjeeb Biswal

February 06, 2023

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡ଼ା ବନାଞ୍ଚଳ ଜେରେଙ୍ଗ ମା’ ବୁଢୀ ପାହାଡ଼ ବନ ସୁରକ୍ଷା ସମିତି ପକ୍ଷରୁ ଜଙ୍ଗଲ ନିଆଁ ନିରାକରଣ ନିମନ୍ତେ ଏକ ଜନସଚେତନତା ରାଲି ଅନୁଷ୍ଠିତ ହୋଇଛି। ଏଥିରେ ସମିତି ସଭାପତି ପିତାମ୍ବର ସାହୁ, ଆନିମେଟର କୁମୁଦ ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ଭାବଗ୍ରାହୀ ନାଏକ, ବରିଷ୍ଠ ସଦସ୍ୟ ରମାନାଥ ସାହୁ, ବରିଷ୍ଠ ସଦସ୍ୟ ତଥା ପରିବେଶବିତ୍ ବାଙ୍କ ବିହାରୀ ଦାସ୍, ଜରପଡା ରେଞ୍ଜ ଅଫିସର ମାଧବ ଚନ୍ଦ୍ର ନାୟକ, ଫରେଷ୍ଟର ଶ୍ରୀନିବାସ ସାହୁଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷାକୁ ଗୁରୁତ୍ୱ ଦେଇଥିଲେ।