ଅନ୍ୟାନ୍ୟ

ରିପବ୍ଲିକ ପାର୍ଟି ଅଫ ଇଣ୍ଡିଆ ପାର୍ଟିର ୬୭ ତମ ବର୍ଷ ପୂର୍ତ୍ତି ପାଳିତ

By Angul TV Bureau

October 03, 2023

ଅନୁଗୁଳ: ଆଜି ସ୍ଥାନୀୟ ଏକ ହୋଟେଲ ଠାରେ ରିପବ୍ଲିକ ପାର୍ଟି ଅଫ ଇଣ୍ଡିଆ (RPI) ପାର୍ଟିର ୬୭ ତମ ବର୍ଷ ପୂର୍ତ୍ତି ପାଳିତ ହୋଇଛି। ଏ ଅବସରରେ ଏକ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା।

ସେହିପରି ୫୫ ନମ୍ବର୍ ଜାତୀୟ ରାଜପଥ ତଥା ଟାଟା ପ୍ଲାଣ୍ଟ ଠାରୁ ପଞ୍ଚମହଲା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସଭାପତି ହରିହର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ଶେଖ୍ ଅବଦୁଲ ୱାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଶ୍ଵିନୀ କୁମାର ସାହୁ, ତାପସ ରଞ୍ଜନ ନାଏକ, ସୁନୀଲ କୁମାର ନାଏକ, ଆକାଶ ରଞ୍ଜନ ନାଏକ, ପ୍ରଦୀପ ନାଏକ, ଅରବିନ୍ଦ ନାଏକ, ନୂତନ ଜିଲ୍ଲା ଯୁବ ଓ ଛାତ୍ର ସଭାପତି ସୁଶିଲ କୁମାର ନାଏକ ଏବଂ ବିଧାନସଭାର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ।