ଅନ୍ୟାନ୍ୟ

ପୋକତୁଙ୍ଗା ଡ୍ରାଇଭର ମହାସଂଘ ଗଠନ

By Angul TV Bureau

October 26, 2021

ଅନୁଗୁଳ : ଅନୁଗୁଳ ବ୍ଲକ ଅନ୍ତର୍ଗତ ପୋକତୁଙ୍ଗା ପଞ୍ଚାୟତ ଡ୍ରାଇଭର ମହାସଂଘ ସୋମବାର ଗଠିତ ହୋଇଯାଇଛି। ସକାଳେ ନିକଟସ୍ଥ ରଣେଶ୍ୱର ମନ୍ଦିର ପରିସରରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିରଞ୍ଜନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କରୋନା ସମୟରେ ଡ୍ରାଇଭର ମାନଙ୍କ ଭୂମିକା ନେଇ ଆଲୋଚନା କରାଯାଇଥିଲା। କରୋନା ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ଡ୍ରାଇଭର ଯାତ୍ରୀ ମାନଙ୍କୁ ସୁରକ୍ଷିତରେ ସଠିକ ସମୟ ଓ ସ୍ଥାନରେ ପହଞ୍ଚାଇଥାଏ। ତେଣୁ ଡ୍ରାଇଭର ହେଉଛନ୍ତି ଦ୍ବିତୀୟ ଭଗବାନ ବୋଲି ବୈଠକରେ ଆଲୋଚନା ହୋଇଥିଲା। କିନ୍ତୁ ଡ୍ରାଇଭରମାନଙ୍କୁ କରୋନା ଯୋଦ୍ଧା ଭାବରେ ସରକାର ଘୋଷଣା କଲେ ନାହିଁ ବୋଲି ବୈଠକରେ କ୍ଷୋଭ ପ୍ରକାଶ କରାଯାଇଥିଲା। ପରେ ଉପସ୍ଥିତ ସଦସ୍ୟ ମାନଙ୍କୁ ନେଇ ଏକ କମିଟ ଗଠନ ହୋଇଥିଲା। ଏଥିରେ ସଭାପତି ନିରଞ୍ଜନ ବାରିକ, ଉପସଭାପତି ପ୍ରବୀଣ କୁମାର ସାହୁ, ସମ୍ପାଦକ ବିବେକାନନ୍ଦ ସାହୁ, କୋଷାଧ୍ୟକ୍ଷ ହେମନ୍ତ ସାହୁ, ଉପଦେଷ୍ଟା ମଣ୍ଡଳୀରେ ଶ୍ରୀକାନ୍ତ ସାମଲ, ବରୁଣ କୁମାର ସାହୁ, ଗଗନ ବିହାରୀ ମହାଳିକ, କ୍ଷୀରୋଦ ସାହୁ, ପ୍ରଶାନ୍ତ ଦାସ, ନିରଞ୍ଜନ ମୁଦୁଲି, ଗଙ୍ଗାଧର ମୁଖୀ, ଅଲେଖ ଚନ୍ଦ୍ର ମହାପାତ୍ରଙ୍କୁ ମନୋନିତ କରାଯାଇଥିଲା। ଏଥିରେ ପଞ୍ଚାୟତର ୨୫୦ରୁ ଊର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ଥିଲେ।