ମୁଖ୍ୟ ଖବର

ଟ୍ରେଜେରୀରୁ ୬୯ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ପୂର୍ବତନ କିରାଣି ଗିରଫ

By Angul TV Bureau

November 22, 2025

ଅନୁଗୁଳ: ଟ୍ରେଜେରୀରୁ ପ୍ରାୟ ୬୯ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସବ୍‌-ଟ୍ରେଜେରୀର ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ ୬୮ ଲକ୍ଷ ୮୫ ହଜାର ୪୯୭ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ମନୋରଞ୍ଜନ ସାହୁ ପରିବାର ପେନସନଧାରୀଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କାକୁ ସେମାନଙ୍କ ଆକାଉଣ୍ଟରେ କ୍ରେଡିଟ୍ କରିନଥିଲେ। ଏହା ବଦଳରେ ସେ ଜାଲିଆତି କରି ସେହି ଟଙ୍କାକୁ ନିଜ ବ୍ୟାଙ୍କ ଆକାଉଣ୍ଟ ଏବଂ କିଛି ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ। ଟଙ୍କା ହଡ଼ପ ନେଇ ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା ।ଦୁଇ ବର୍ଷ ଧରି ଫେରାର ଥିବା ମନୋରଞ୍ଜନଙ୍କୁ ଭିଜିଲାନ୍ସ ଗିରଫ କରିବାରେ ସଫଳ ହୋଇଛି।

ଏହି ମାମଲାରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା (କେସ୍‌ ନମ୍ବର ୩୨/୨୦୨୪) ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ ଆଇନ (PC Act) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ପରେ ଆଜି ତାଙ୍କୁ ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଢେଙ୍କାନାଳଙ୍କ କୋର୍ଟରେ ହାଜର କରାଯାଇଛି। ଏହି ମାମଲାରେ ଭିଜିଲାନ୍ସ ତଦନ୍ତ ଜାରି ରଖିଛି।