ଅନ୍ୟାନ୍ୟ

ପଛୁଆବର୍ଗଙ୍କ ପାଇଁ ଥିବା ସରକାରୀ ଯୋଜନାର ବିବରଣୀ ପ୍ରଦାନ କରିବାକୁ ପୂର୍ବତନ ସାଂସଦଙ୍କ ଦାବି

By Angul TV Bureau

July 20, 2025

ଅନୁଗୁଳ: ସରକାରୀ ଯୋଜନା ନେଇ ସୂଚନା ଦେବାକୁ ସାଂସଦ ମହେଶ ସାହୁ  ଅନୁଗୁଳ ଓ ବଅଁରପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅନୁରୋଧ କରିଛନ୍ତି। ଦଳିତ, ଅବହେଳିତ, ଅନୁସୂଚିତ ଜାତି ଓ ଜନଜାତି ଲୋକମାନଙ୍କ ସାମାଜିକ ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର କେଉଁ କେଉଁ ଯୋଜନା ମାନ ବର୍ତ୍ତମାନ କାର୍ଯ୍ୟକାରୀ ହେଉଛି ବା ରହିଛି ତାର ସମ୍ପୂର୍ଣ୍ଣ ତଥ୍ୟ ବା ବିବରଣୀ ପ୍ରଦାନ କରିବା ସହିତ ନୋଟିସ୍ ବୋର୍ଡରେ ଲଗାଯାଉ ବୋଲି ପ୍ରାକ୍ତନ ସାଂସଦ ମହେଶ ସାହୁ ଅନୁରୋଧ କରିଛନ୍ତି।

ଏଥି ସହିତ ଜାତୀୟ ରାଜପଥଗୁଡ଼ିକର ମରାମତି ପାଇଁ ମଧ୍ୟ ସେ ଦୃଷ୍ଟି ଆକର୍ଷଣ କରିଛନ୍ତି। ବଅଁରପାଳ ଠାରୁ ତାଳଚେର ଦେଇ କଣିହାଁ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା ଦେଇ ଯାଉଥିବା ଗାଡ଼ି ପ୍ରତିଦିନ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏଣୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା କାମ କରାଯାଉ ବୋଲି ପ୍ରାକ୍ତନ ସାଂସଦ ମହେଶ ସାହୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।