ଅନ୍ୟାନ୍ୟ

ରାସ୍ତା ଓ ଅଡିଟୋରିୟମ୍ ନେଇ ଏମସିଏଲସିର ଏମଡିଙ୍କ ସହିତ ପୂର୍ବତନ ସାଂସଦଙ୍କ ଆଲୋଚନା

By Angul TV Bureau

July 23, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଏମସିଏଲସି ଏମଡିଙ୍କ ସହ ଆଲୋଚନା କରିଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ। ଶ୍ରୀ ସାହୁ ସମ୍ବଲପୁର ଠାରେ ଏମସିଏଲସି ଏମଡି ଅନନ୍ତ ଉଦ୍ଧବ କାଉଏଲ୍ ଙ୍କୁ ଭେଟି ରାସ୍ତା ସମସ୍ୟା ନେଇ ଆଲୋଚନା କରିଥିଲେ। ଏହା ସହ ପୂର୍ବରୁ କୁହାଯାଇଥିବା ତାଳଚେର କଲେଜର ୧୦୦୦ ସିଟ୍ ସଂଖ୍ୟା ବିଶିଷ୍ଟ ଅଡିଟୋରିୟମ ହଲ ନିର୍ମାଣ ନିଷ୍ପତ୍ତି କାହିଁକି ହୋଇପାରି ନାହିଁ ବୋଲି ପଚାରିଥିଲେ।

ଆସନ୍ତା ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଶୁଭ ଓ ଭୂମି ପୂଜନ କରାଯିବ ସେଥିପ୍ରତି ଧ୍ୟାନ ଦେବାକୁ ସି ଏମ ଡି ଙ୍କୁ କହିଥିଲେ।ଉଭୟଙ୍କ ମଧ୍ୟରେ ସନ୍ତୋଷ ଜନକ ଆଲୋଚନା ହୋଇଥିବା ପ୍ରାକ୍ତନ ସାଂସଦ ସୂଚନା ଦେଇଛନ୍ତି।