ମୁଖ୍ୟ ଖବର

ଦେବଦୂତ ସାଜିଲେ ପୂର୍ବତନ ସାଂସଦ ମହେଶ ସାହୁ: ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କୁ ନିଜ ଗାଡ଼ିରେ ନେଇ ମେଡିକାଲରେ କଲେ ଭର୍ତ୍ତି

By Angul TV Bureau

March 15, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଇଣ୍ଡଷ୍ଟ୍ରିଆଲ୍ ଥାନା ଅନ୍ତର୍ଗତ କଙ୍କରେଇ ନାଳ ନିକଟରେ ଆଜି ମାନବିକତାର ନିଦର୍ଶନ ଦେଖିବାକୁ ମିଳିଛି। ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ ଜଣେ ଦେବଦୂତ ସାଜି ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କ ଜୀବନ ବଞ୍ଚାଇଛନ୍ତି। ସୂଚନା ଅନୁଯାୟୀ, ବରପଦା ଗ୍ରାମର ଏକ ଦମ୍ପତି ନିଜ ଝିଅକୁ ଅନୁଗୁଳ ସ୍ଥିତ ସ୍କୁଲରେ ଛାଡ଼ି ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ କଙ୍କରେଇ ନିକଟରେ ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡ଼ରେ ପଡ଼ିରହିଥିଲେ। ସେହି ସମୟରେ ପୂର୍ବତନ ସାଂସଦ ଶ୍ରୀ ସାହୁ ଅନୁଗୁଳରୁ କୋଶଳା ଅଭିମୁଖେ ଏକ ପରିବେଶ ସୁରକ୍ଷା ଗଣଧାରଣାରେ ଯୋଗ ଦେବାକୁ ଯାଉଥିଲେ।​ରାସ୍ତା କଡ଼ରେ ଦମ୍ପତିଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପଡ଼ିଥିବାର ଦେଖି ସାଂସଦ ତୁରନ୍ତ ନିଜ ଗାଡ଼ି ଅଟକାଇଥିଲେ। ବିଳମ୍ବ ନକରି ସେ ନିଜ ଗାଡ଼ିରେ ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କୁ ଉଦ୍ଧାର କରି କୋଶଳା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କର ଚିକିତ୍ସା କରାଯାଇଥିବା ସୂଚନା ମିଳିଛି। ଜଣେ ଜନପ୍ରତିନିଧି ହୋଇ ମଧ୍ୟ ଜଣେ ସାଧାରଣ ନାଗରିକଙ୍କ ବିପଦ ସମୟରେ ଏଭଳି ସହାୟତାର ହାତ ବଢ଼ାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଭୂୟସୀ ପ୍ରଶଂସା କରାଯାଉଛି।