ମୁଖ୍ୟ ଖବର

ଭିଜିଲାନ୍ସ ପଞ୍ଝାରେ ସମବାୟ ସମିତିର ପୂର୍ବତନ ସମ୍ପାଦକ: ୩୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ଅଭିଯୋଗ

By Biswaranjan Pattnaik

May 30, 2026

ଅନୁଗୁଳ: ସମବାୟ ସମିତିର ଅର୍ଥ ଆତ୍ମସାତ୍ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ପୂର୍ବତନ ସମ୍ପାଦକ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଗଡ଼ସନ୍ତ୍ରି ସମବାୟ ସମିତିର ପୂର୍ବତନ ସମ୍ପାଦକ ପତିତପାବନ ମାଝୀଙ୍କୁ କଟକ ଭିଜିଲାନ୍ସ ଗିରଫ କରିଛି। ସେ ବର୍ତ୍ତମାନ ଅନୁଗୁଳ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ବ୍ୟାଙ୍କ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଅଛନ୍ତି।ସୂଚନା ଅନୁଯାୟୀ, ୨୦୧୭-୧୮ ମସିହାରେ ଶ୍ରୀ ମାଝୀ ସମ୍ପାଦକ ଥିବା ବେଳେ ଦୈନିକ କ୍ୟାସ ଡିପୋଜିଟ୍ ଦାୟିତ୍ୱରେ ଥିଲେ। ସେହି ସମୟରେ ସେ ଚଞ୍ଚକତା କରି କୃଷି ଋଣ ଓ ସମବାୟ ଉନ୍ନତି ପାଇଁ ଉଦ୍ଦିଷ୍ଟ ୩୩,୮୦,୯୬୩ ଟଙ୍କା ବ୍ୟାଙ୍କରେ ଜମା ନକରି ନିଜ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇଥିଲେ।

ଏହି ବଡ଼ଧରଣର ଆର୍ଥିକ ଅନିୟମିତତା ନେଇ ଗତ ୨୯.୫.୨୦୨୬ରେ କଟକ ଭିଜିଲାନ୍ସରେ କେସ୍ ନଂ-୨୧ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଅଧିକ ଖୋଳତାଡ଼ ଜାରି ରହିଛି।