ଅନ୍ୟାନ୍ୟ

ଅନୁଗୁଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପୂର୍ବଛାତ୍ର ଏକତ୍ରୀକାରଣ

By Biswaranjan Pattnaik

October 15, 2021

ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁବାର ବିଦ୍ୟାଭାରତୀ ଶିକ୍ଷାବିକାଶ ସମିତି ଓଡ଼ିଶା, ପୂର୍ବ ଯୋଜନା ଆଧାରରେ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଏକତ୍ରୀକରଣ ଉତ୍ସବ ଆୟୋଜିତ ହୋଇଯାଇଛି। ପୂର୍ବଛାତ୍ର ତଥା ଏ ଟିଭି ର ସ୍ଵତ୍ଵାଧିକାରୀ ରାକେଶ କୁମାର ସାମଲ ଦୀପ ପ୍ରଜ୍ବଳନ ପୂର୍ବକ ଏକତ୍ରୀକରଣର ଉଦ୍ଘାଟନ କରିଥିଲେ।

ଶିକ୍ଷାବିକାଶ ସମିତି ଓଡ଼ିଶା ପ୍ରାନ୍ତ ନିରୀକ୍ଷକ ପ୍ରସନ୍ନ କୁମାର ବିଶ୍ବାଳ ଉପସ୍ଥିତ ରହି ପୂର୍ବଛାତ୍ର ସଂଗଠନକୁ ମଜବୁତ୍ କରିବା ସହିତ ବିବିଧ ସମାଜିକ କାର୍ଯ୍ୟରେ ଛାତ୍ରଛାତ୍ରୀମାନେ କିଭଳି ଜଡିତ ହେବେ ସେ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ ଏକତ୍ରୀକରଣର ଆଭିମୁଖ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟ ସହ ପ୍ରଧାନ ଆଚାର୍ଯ୍ୟ ପ୍ରତାପ କୁମାର ରଥ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପୂର୍ବଛାତ୍ର ପ୍ରମୁଖ ଗିରିଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଏକତ୍ରୀକରଣରେ ଉପସ୍ଥିତ ପୂର୍ବ ଛାତ୍ରଛାତ୍ରୀମାନେ କିଭଳି ବିଦ୍ୟାଳୟର ବିବିଧ କାର୍ଯ୍ୟକ୍ରମରେ ନିଜକୁ ସହଭାଗୀ କରାଇବେ ସେ ସମ୍ବନ୍ଧରେ ନିଜର ମତ ରଖିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।