Law Judge Gavel And Legality Symbol

ମୁଖ୍ୟ ଖବର

ଲାଞ୍ଚ ନେଇ ଧରାପଡ଼ିଥିବା ପୂର୍ବତନ ତହସିଲଦାରଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ଓ ଜରିମାନା

By Angul TV Bureau

April 27, 2023

ଅନୁଗୁଳ: ଲାଞ୍ଚ ନେଇ ଧରାପଡ଼ିଥିବା ପୂର୍ବତନ ତହସିଲଦାରଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ଅନୁଗୁଳ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ମାମଲାର ଶୁଣାଣି କରି ରାଉରକେଲାର ପୂର୍ବତନ ତହସିଲଦାର କୈଳାସ ଚନ୍ଦ୍ର ବେହେରାଙ୍କ ବିରୋଧରେ ଏହି ରାୟ ପ୍ରଦାନ କରିଛନ୍ତି।

ସୂଚନା ଅନୁସାରେ, ରାଉରକେଲାର ପୂର୍ବତନ ତହସିଲଦାର କୈଳାସ ଚନ୍ଦ୍ର ବେହେରା, ରାମଦିନ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ପାଖରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାବୁଡ଼ରେ ଧରା ପଡ଼ିଥିଲେ। ଲିଜ ଜମି ବାତିଲ ନ କରିବାକୁ ସେ ଏହି ଲାଞ୍ଚ ନେଉଥିବା‌ ଜଣାପଡ଼ିଥିଲା।

ମାମଲାର ବିଚାର ସୁନ୍ଦରଗଡ଼ ଜିଲ୍ଲାରେ ହେଉଥିଲା ବେଳେ ଆଇନ୍‌ଜୀବୀ ଆନ୍ଦୋଳନ ପାଇଁ ବିଚାର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା। ପରେ ହାଇକୋର୍ଟଙ୍କ ଏହାକୁ ଅନୁଗୁଳ ଭିଜିଲାନ୍ସ କୋର୍ଟକୁ ସ୍ଥାନାନ୍ତର କରିଥିଲେ। କୋର୍ଟ ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ତାଙ୍କୁ ଅତିରିକ୍ତ ୨ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ଏହି ମାମଲାକୁ ସରକାରୀ ଓକିଲ ଗଦାଧର ସାହୁ ପରିଚାଳନା କରିଥିଲେ।