ଘଟଣା ଓ ଦୁର୍ଘଟଣା

୪୨ ଗ୍ରାମ ଧଳା ଜହର ଜବତ, ଅଭିଯୁକ୍ତକୁ କାବୁ କରି କୋର୍ଟ ଚାଲାଣ କଲା ପୋଲିସ

By Angul TV Bureau

July 20, 2022

ଅନୁଗୁଳ: କିଛିଦିନ ବ୍ୟବଧାନ ପରେ ଅନୁଗୁଳରୁ ପୁଣି ଜବତ ହେଲା ବ୍ରାଉନସୁଗାର। ମଙ୍ଗଳବାର ସନ୍ଧ୍ୟାରେ କୋଳିୟାରୀ ପୋଲିସ ଷ୍ଟେସନ ଅନ୍ତର୍ଗତ ଦେଉଳବେଢ଼ା କଲୋନୀ ନିକଟରୁ ବ୍ରାଉନସୁଗାର ଜବତ ହୋଇଛି। ସ୍ଥାନୀୟ ପୋଲିସ ଏଠାରୁ ୪୨ ଗ୍ରାମ ଧଳା ଜହର ଜବତ କରିବା ସହ ଜିତେନ୍ଦ୍ର ସାମଲ ନାମକ ବ୍ୟକ୍ତିକୁ ଗିରଫ କରିଛି। ଆଜି ଜିତେନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଥିବା ନେଇ କୋଲିୟରୀ ଥାନାଧିକାରୀ ସୂଚନା ଦେଇଛନ୍ତି।